Type Here to Get Search Results !

ମୂରିବ।ହାଳ ଟ୍ରେନ ରେ କଟି ଦୁଇ ପ୍ରେମୀ ଯୁଗଳଙ୍କ ମୃତ୍ୟୁ। ଆତ୍ମହତ୍ୟା କରିଥିବା ସନ୍ଦେହ


ବଲାଙ୍ଗିର :-

ମୁରିବାହାଲ ଥାନା ଅନ୍ତର୍ଗତ ମୁଟିବ। ହାଲ କଣ୍ଟାବାଞ୍ଜି ରେଲୱେ ରେ ସଲେପଡା ଭୂତଳ ପୋଲ ପାଖ ରେ ଦୁଇ ଜଣ ଟ୍ରେନ ରେ କଟି ମୃତ୍ୟୁ ହୋଇ ଥିବା ଜଣାଯାଏ। ମିଳିଥିବା ତଥ୍ୟ ଅନୁସାରେ ଦୁଇ ପ୍ରେମୀ ଯୁଗଳଙ୍କ ମୃତ ଦେହ ରେଳ ଲାଇନ କଡରେ ପଡି ଥିବା ଦେଖା ଯାଇଛି।ଦୁହେଁ ଆଜକୁ ଛଅ ମାସ ହେବ ପ୍ରେମ କରି ଘରୁ ବାହାରି ଅନ୍ୟତ୍ର ରହୁ ଥିଲେ ।ହେଲେ ଗତ କାଲି ବିଳମ୍ବିତ ରାତ୍ରୀରେ ଟ୍ରେନ ରେ କଟି ମୃତ୍ୟୁ ହୋଇ ଥିବା ଜଣାଯାଏ। ମୃତ୍ୟୁ ହୋଇ ଥିବା ଯୁବକ ଜଣକ ମୂରିବ।ହାଳ ଥାନା ଅନ୍ତର୍ଗତ ଘଣ୍ଟ ବାହ।ଲ୍ ର ଉଦୟ ରଣା ଙ୍କ ପୁତ୍ର କୃଷ୍ଣ ରଣା (୨୦) ହୋଇଥିବା ବେଳେ ମହିଳା ଜଣଙ୍କ ହେଲେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବାଲଦ।  ସେହି ଗାଁ ର ଟୁନୁ ରଣା ଙ୍କ ସ୍ତ୍ରୀ ପୂଜା ରଣା। ଏ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ଦୁହେଁ ଘରୁ ବାହାରି ଅନ୍ୟତ୍ର ରହୁଥିବା ବେଳେ ଗତକାଲି ମୂରିବ।ହାଳ ଥାନାକୁ ଦୁହେଁ ଆସି ଫେରାର ହୋଇଥିବା ଘଟଣା ର ଦୁହେଁ ଏବଂ ଦୁଇ ପରିବାର ମଧ୍ୟରେ ସମାଧାନ ହୋଇଥିବା ର ଜଣାଯାଏ।ବଲାଙ୍ଗିର ଜିଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 


Post a Comment

0 Comments
* Please Don't Spam Here. All the Comments are Reviewed by Admin.