Type Here to Get Search Results !

ହଟିଲା ଗଣମାଧ୍ୟମ ପ୍ରତି ସ୍କୁଲ କୁ ନେଇ ଲାଗିଥିବା କଟକଣା

 

ଢେଙ୍କାନାଳ :-

ଗତ ଦୁଇଦିନ ଧରି ଲାଗିରହିଥିବା ଗଣଶିକ୍ଷା ବିଭାଗ ଦ୍ଵାରା ସାମ୍ବାଦିକ ଙ୍କୁ ଅବମାନନା ଶେଷରେ ଗଣମାଧ୍ୟମ ର ବିଜୟ ହୋଇଛି। ଶେଷରେ ଗଣମାଧ୍ୟମ ଆଗରେ ମୁଣ୍ଡ ନୂଆଁଇଲା ଗଣଶିକ୍ଷା ବିଭାଗ। ସମ୍ବିଧାନ ପ୍ରଦତ୍ତ ଧାରା ୧୯ କ ର ଆଜି ପୁଣି ବିଜୟ ସମ୍ଭବ ହୋଇଛି। 


ଗତ ୮ ତାରିଖରେ ଢେଙ୍କାନାଳ DEO ଏବଂ କଙ୍କଡ଼ାହାଡ଼ BEO ଙ୍କ ପତ୍ର କୁ ନେଇ ସମସ୍ତ ଗଣମାଧ୍ୟମ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲ ଯଦି କୌଣସି ସାମ୍ବାଦିକ ବିଦ୍ୟାଳୟ କୁ ପ୍ରବେଶ କରେ, କିମ୍ବା ପ୍ରଶ୍ନ ପଚାରେ ତେବେ ତାଙ୍କ ବିରୋଧରେ FIR ସଂପୃକ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିକଟସ୍ଥ ଥାନାରେ ଦେବେ। ଏ ନେଇ ବିଭିନ୍ନ ଗଣମାଧ୍ୟମ ଏହାକୁ ନିନ୍ଦା କରିବା ସହ ଏହାକୁ ବିରୋଧ କରିଥିଲେ। ତା ମଧ୍ୟରେ ଘିଅ ରେ ନିଆଁ ଢାଳିବା କାମ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାସ। ତାଙ୍କ ଦ୍ବାରା ଦିଆଯାଇଥିବା ଅଭିବ୍ୟକ୍ତ କୁ ସମଗ୍ର ୱେବ୍ ସାମ୍ବାଦିକ ବିରୋଧ କରିଥିଲେ। ତେବେ ଆଜି ଢେଙ୍କାନାଳ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୂର୍ବ ପ୍ରଦତ୍ତ ଢେଙ୍କାନାଳ DEO ଏବଂ କଙ୍କଡ଼ାହାଡ଼ BEO ଙ୍କ ପତ୍ର କୁ ଖାରଜ କରିଛନ୍ତି। ଏହାସହ କଙ୍କଡ଼ାହାଡ଼ BEO ଏହାକୁ ପତ୍ର ମାଧ୍ୟମରେ ସମସ୍ତ ବିଦ୍ୟାଳୟ କୁ ପ୍ରଦାନ କରିଛନ୍ତ। 


ଏଠାରେ ଆମେ କହି ରଖିବାକୁ ଚାହୁଁ ବିନା ବିଚାର ବିମର୍ଷ ରେ ସରକାରୀ କର୍ମଚାରୀ ଏଭଳି ପଦକ୍ଷେପ ନେଇ ଲଜ୍ଜିତ ହେବା ବଦଳରେ ଥରେ ନିଶ୍ଚୟ କୌଣସି ପଦକ୍ଷେପ ପୂର୍ବରୁ ସମସ୍ତଙ୍କ ସହ ବିଚାର ବିମର୍ଶ କରନ୍ତୁ। ଅନ୍ୟ ପଟରେ ଆମେ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଗୋଟିଏ ପଦ କହିବାକୁ ଚାହିଁବୁ, ୱେବ୍ ସାମ୍ବାଦିକ ଙ୍କୁ ଯେହେତୁ କେନ୍ଦ୍ର ମାନ୍ୟତା ଦେଇ ସାରିଛି, ତେବେ ଆପଣ ୱେବ୍ ଓ ଅନ୍ୟାନ୍ୟ ସାମ୍ବାଦିକଙ୍କୁ ଘୃଣା ନଜରରେ ନ ଦେଖି ସେମାନଙ୍କ ସହ ମଧ୍ୟ ମିଶି ରାଜ୍ୟର ଶିକ୍ଷା ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ କାରଣ ନିଛକ ସତ ତଳ ସ୍ତରୀୟ ଅପଡେଟ ଖବର ଏହି ୱେବ୍ ଚ୍ୟାନେଲ ରେ ହିଁ ପ୍ରଥମେ ପ୍ରସାରିତ ହୁଏ। ତେଣୁ ଆପଣ ନିଜ ୱେବ୍ ତଥା ଅନ୍ୟାନ୍ୟ ଖବରକାଗଜ ଓ ଟିଭି ସାମ୍ବାଦିକଙ୍କ ସହାୟତା ରେ ଶିକ୍ଷା ବିଭାଗ ର ଉନ୍ନତି କରନ୍ତୁ। ନ ହେଲେ ଆଗକୁ ହଟହଟା ହେବା ହିଁ ସାର ହେବ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.