ଚମ୍ପୁଆ :-
କୃଷି ପରାର୍ମଶ କେନ୍ଦ୍ର ଚମ୍ପୁଆ ଅନୁକୁଲ୍ୟାରେ ଚମ୍ପୁଆ ବ୍ଲକର ପ୍ରାୟ ୪୦ ଜଣ ସାର ବିକ୍ରେତାଙ୍କୁ ନେଇ ନାନୋ ୟୁରିଆ ବ୍ୟବହାର ଓ ବିକ୍ରୟ ଉପରେ ଏକ ସଚେତନାତ୍ମକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହିକର୍ମଶାଳାକୁ କୃଷି ଜିଲା ଅଧିକାରୀ ମନରଂଜନ ମଣ୍ଡଳ ଉଦଘାଟନ କରିଥିବା ବେଳେ ସହକାରୀ କୃଷିଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମିଶ୍ର ପରିଚାଳନା କରିଥିଲେ । ନାନୋ ସାର ବ୍ୟବହାର ଏବଂ ଏହାର ଉପାଦେୟତା ଏବଂ ତୁଳନାତ୍ମକ ଭାବେ ବସ୍ତାସାର ଠାରୁ ନାନୋର ଫଳପ୍ରଦ ପ୍ରୟୋଗ ବିଷୟରେ ପ୍ରଶିକ୍ଷକ ଯୋଶବନ୍ତ ମେହେର ବିକ୍ରେତା ମାନଙ୍କୁ ସୂଚନା ଦେବା ସହିତ ମୋବାଇଲ ଆପ ମାଧ୍ୟମରେ ଏହାର ବ୍ୟବହାର ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଚାଷ ଜମିରେ ପୂର୍ବରୁ ବ୍ୟବହାର କରାଯାଉଥିବା ବସ୍ତା ୟୁରିଆ ଦ୍ୱାରା ଗଛ ଚେର ମଧ୍ୟମରେ ଖାଦ୍ୟ ସଂଗ୍ରହ କରୁଥିବା ବେଳେ ଅନେକ ପରିମାଣରେ ସାର ନଷ୍ଟ ହୋଇଥାଏବ । ମାତ୍ର ନାନୋର ସିଚଂନ ପ୍ରୟୋଗ ଦ୍ୱାରା ପତ୍ର ସିଧାସଳଖ ସାର ଗ୍ରହଣ କରିଥାଏ । ଏହି ନାନୋ ୟୁରିଆ ବସ୍ତା ତୁଳନାରେ ୧୦ ଭାଗ ମୂଲ୍ୟ କମ ହୋଇଥିବା ବେଳେ ପରିବହନ, ଗଛିତ ସମସ୍ୟା ଓ ଚାଷ ଜମିରେ ଘାସ ସମସ୍ୟା ବହୁପରିମାଣରେ କମହୋଇଥାଏ । ଏହି ନାନୋ ୟୁରିଆକୁ ଗଛ ୨୦ ରୁ ୨୫ ଦିନ ହେଲେ ଏକରପିଛା ୫୦୦ମିଲି ହିସାବରେ ଏକ ଲିଟର ପାଣିରେ ୪ ମିଲି ମିଶାଇ ଛିଚଂନ କରାଯାଇପାରିବ ।ଫଳରେ ଚାଷି ଅଧିକ ଅମଳ କରିପାରିବ ବୋଲି ଶ୍ରୀ ମଣ୍ଡଳ ସୂଚନା ଦେଇଥିଲେ ।
କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

