ଚମ୍ପୁଆ :-
ବିଧବା ମହିଳାଙ୍କୁ ମିଳୁନାହିଁ ସ୍ବାମୀ କରିଥିବା ଉନ୍ନୟନ କାମର ବିଲ। ବିଲ ରୁ ପିସି ବାବଦ ଅର୍ଥ କୁ କାଟି ରଖି ବଳକା ଅର୍ଥ ନେଇଯିବାକୁ ଜୋର୍ ଦିଆଯାଉଥିବା ବେଳେ ଏହାକୁ ନେଇ ଇଚିଣ୍ଡା ଗ୍ରାମର ମଧୁସୁଦନ କରୁଆ ଙ୍କ ବିଧବା ପତ୍ନୀ ରସ୍ମିରେଖା କାରୁଆ ଆଜି ଚମ୍ପୁଆ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇଥିବା ଜଣା ପଡ଼ିଛି। ମିଳିଥିବା ଅଭିଯୋଗ ଅନୁସାରେ ଚମ୍ପୁଆ ବ୍ଲକ ବଡନଈ ପଞ୍ଚାୟତ ର ଇଚିଣ୍ଡା ଗ୍ରାମର ମଧୁସୁଦନ କରୂଆ ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚାୟତ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଯୋଜନା ରୁ ଇଚିଣ୍ଡା ନାଲିବନ୍ଧ ଠାରୁ କାନ୍ଦୁରୀ ବୁଢୀ ଘର ପର୍ଯ୍ୟନ୍ତ ଏକ ରାସ୍ତା କାମ ୩ ଲକ୍ଷ ଅଟକଳ ରେ କାର୍ଯ୍ଯ କରିଥିଲେ। ବିଭାଗୀୟ କାର୍ଯ୍ୟାଦେଶ ପାଇବା ପରେ ସେ ନିଜ ସମ୍ପର୍କୀୟ ମାନଙ୍କ ଠାରୁ ଧାର ଉଧାର କରି ଏହି କାମ ଶେଷ କରିଥିବା ବେଳେ ଗତ ଏପ୍ରିଲ ମାସ ୧୦ ତାରିଖ ରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ତେବେ ତାଙ୍କୁ କାର୍ଯ୍ୟ ପାଇଁ ଧାର ଦେଇଥିବା ବ୍ୟକ୍ତି ମାନେ ଏବେ ଧାର ଅର୍ଥ ତାଙ୍କ ସ୍ତ୍ରୀ ଙ୍କୁ ମାଗୁଥିବାରୁ ସେ କାର୍ଯ୍ୟ ବାବଦ ବିଲ ର ଅର୍ଥ ଦେବାକୁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଉଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ୩ ଲକ୍ଷ ବଦଳରେ ୨ ଲକ୍ଷ ୨୦ ହଜାର ଟଙ୍କା ଦେବାକୁ ଅଡି ବସିଛନ୍ତି। ପି ସି ବାବଦକୁ ୫୦ ହଜାର ଟଙ୍କା ରୁ ଅଧିକ କାଟି ରଖିବାକୁ ଉଦ୍ୟମ କରାଯାଉଥିବା ବେଳେ ଏହାକୁ ବିରୋଧ କରି ରଶ୍ମିରେଖା ଆଜି ଚମ୍ପୁଆ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ପାଇବା ପରେ ଉପ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଚମ୍ପୁଆ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି। ଅନ୍ୟ ପଟେ ଅଭିଯୋଗ ପାଇବା ପରେ ବିଡିଓ ୭ ଦିନ ମଧ୍ୟରେ ମହିଳାଙ୍କ ଅର୍ଥ ଦେବାକୁ ଉଭୟ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ତାଗିଦ କରିଥିବା ବେଳେ ଏ ବିଷୟରେ ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି ମତାମତ ଦେବାକୁ ଆବଶ୍ୟକ ମଣୁ ନାହାଁନ୍ତି।
କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

