Type Here to Get Search Results !

ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ, ବଡମାଳର ନୂତନ କାର୍ଯକରଣି ବୈଠକ

 

ବଲାଙ୍ଗିର :-

ବଲାଙ୍ଗୀର ଜିଲ୍ଲାର ଗୋଲାବାରୁଦ କାରଖାନା, ବଡମାଳ ଠାରେ କାର୍ଯ୍ୟରତ ମଜଦୁର ମାନଙ୍କର ପକ୍ଷରୁ ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗୋଲାବାରୁଦ କାରଖାନାର ସମସ୍ତ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘର ସଦସ୍ୟ ଉପସ୍ଥିତ ରହିଥିଲେ । ତାଙ୍କର ସଂଘର ପେଟ୍ରନ ଅରୁନ ପଟେଲ ଓ ସଭାପତି ହରିହର ସିଂଙ୍କ ନେତୃତ୍ୱରେ ଗତ ତିନି ବର୍ଷରୁ କାର୍ଯରତ କମିଟିକୁ ଭଙ୍ଗ କରି 42 ଜଣ ନୂତନ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ପକ୍ଷରୁ ଆସନ୍ତା ତିନି ବର୍ଷ ସମସ୍ତ କାର୍ଯରତ କର୍ମଚାରୀମାନଙ୍କୁ କାରଖାନାର ନିୟମ ଅନୁସାରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଅରୁଣ ସାହୁ, ମଜଦୁର ସଂଘର ରବିନାରାୟଣ ମିଶ୍ର, ସନ୍ତୋଷ ପଧାନୀ ଓ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଫିରୋଜ ସାହୁ ଅତିଥି ଭାବେ ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ସ୍ବାଗତ ଅଭିଭାଷଣ ଦେଇ ଉତ୍ସାହିତ କରିଥିଲେ ଏବଂ କାରଖାନାର ମୁଖ୍ୟ ସଦସ୍ୟ ଭାବେ ପେଟ୍ରନ ଅରୁନ ପଟେଲ, ସଭାପତି ହରିହର ସିଂ, ଉପସଭାପତି ରଣା, ସାଧାରଣ ସମ୍ପାଦକ ବିଶ୍ବାମ୍ବର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସାତଦଳ ବେହେରା, ଅତିରିକ୍ତ ସମ୍ପାଦକ ରବିନ୍ଦ୍ର ରଣା ପ୍ରମୁଖ ମୁଖ୍ୟ ଦାଇତ୍ଵ ନେଇ ସଭାକୁ ମଣ୍ଡିତ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.