Type Here to Get Search Results !

ଜଗତା ଘାଇ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି,ଖବର ସଂଗ୍ରହ ରେ ଯାଇଥିବା ସାମ୍ବାଦିକ ଙ୍କୁ ପେଟି କଣ୍ଟ୍ରାକ୍ଟର ତଥା କାଳିମେଘି ପଞ୍ଚାୟତ ର ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି

  

ବେଗୁନିଆ ପଡ଼ା :-

ଦିନକୁ ଦିନ ସମ୍ବିଧାନ ର ଚତୁର୍ଥ ସ୍ଥମ୍ଭବ କୁହାଯାଉଥିବା ସାମ୍ବାଦିକ ଙ୍କ ଉପରେ କଣ୍ଟ୍ରାକ୍ଟର, ସରପଞ୍ଚ ଓ ମାଫିଆଙ୍କ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି ତ କେହୁଠି ସଠିକ ଖବର ପ୍ରସାରଣ କଲେ ସାମ୍ବାଦିକ ଙ୍କୁ ମିଳୁଛି ହତ୍ୟା ଧମକ । ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ରେ । ପଞ୍ଚାୟତ ର ଜଗତାଘାଇ ରେ ଚାଲିଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହେବାପରେ ଖବର ସଂଗ୍ରହ ପାଇଁ ପହଂଚିଥିବା ସାମ୍ବାଦିକ ଙ୍କ ସହ ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ୱାମୀ ତଥା ପେଟି କଣ୍ଟ୍ରାକ୍ଟର ବିଶ୍ଵାମିତ୍ର ତ୍ରିପାଠୀ ଦୃବ୍ୟବହାର କରିବା ସହିତ ଦେଖାଇଛନ୍ତି ଦବଙ୍ଗଗିରି ।


ଚାଷୀଙ୍କ ଜମିକୁ ଜଳସେଚନ ସାଙ୍ଗକୁ ଗୋଟିଏ ଗୋଟିଏ ଟୁରିଜମ ସ୍ପଟ କରିବା ଉଦେଶ୍ୟନେଇ କବିସୂର୍ଯ୍ୟନଗର ବିଧାୟିକା ଙ୍କ ପ୍ରଚେଷ୍ଟା ରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା 2 କୋଟି 86 ଲକ୍ଷ ଟଙ୍କା ବ୍ୟୟରେ ଜଗତା ଘାଇର ଉନ୍ନତିକରଣ କାର୍ଯ୍ୟ ଗତ ଏପ୍ରିଲ ମାସଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଉନ୍ନୟନ କାର୍ଯ୍ୟ ରେ ହୋଇଛି ବ୍ୟାପକ ଅନିୟମିତତା । କଣ୍ଟ୍ରାକ୍ଟର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିନ୍ମମାନର କାର୍ଯ୍ୟ କରାଯାଇଥିବା ହୋଇଛି ଅଭିଯୋଗ । ଯନ୍ତ୍ରୀଙ୍କ ଦାମିକା ଗାଡ଼ିରେ ପେଟି ଠିକାଦାର ବୁଲି ମଜାମଜଲିସ ଚଳାଉଥିବା ବେଳେ କାର୍ଯ୍ୟ ର ତଦାରଖ କରିବାକୁ କାର୍ଯ୍ୟରେ ଉପସ୍ଥିତ ରହୁନାହାନ୍ତି ଯନ୍ତ୍ରୀ । କୋଦାଳରେ ରହିଥିବା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ରେ ପ୍ରାୟତଃ ଅନୁପସ୍ଥିତ ରହୁଛନ୍ତି । ଫଳରେ କଣ୍ଟ୍ରାକ୍ଟର ମନଇଚ୍ଛା ନିନ୍ମମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।  ଅନ୍ୟପଟେ ଏହି କାର୍ଯ୍ୟ ର ଅଟକଳ ମୂଲ୍ୟ କିମ୍ବା କାର୍ଯ୍ୟ ଶେଷ ତାରିଖ କହିପାରୁନାହାନ୍ତି ଯନ୍ତ୍ରୀ । ଜନସାଧାରଣ ଙ୍କ ଅବଗତି ନିମନ୍ତେ ଏଠାରେ ଲାଗୁନି ସୂଚନା ଫଳକ । କାର୍ଯ୍ୟ ସମ୍ବଦ୍ଧରେ ପଚାରିଲେ ଯନ୍ତ୍ରୀ ସାମ୍ବାଦିକ ମାନଙ୍କୁ ଗୁଣ୍ଡାର ଆକ୍ଷା ଦେବା ସହିତ ପେଟି କଣ୍ଟ୍ରାକ୍ଟର ଦ୍ୱାରା କରାଇଛନ୍ତି ଦୁର୍ବ୍ୟବହାର ।  ହେଲେ ଏଠି ପ୍ରଶ୍ନଉଠୁଛି ସତ୍ୟ ର ସନ୍ଧାନ କଲେ ଜଣେ ସାମ୍ବାଦିକ କେବେ ଗୁଣ୍ଡା ହୋଇଯାଏକି? ସରକାରୀ ବାବୁ ଯାହା କରିବେ ତାହା ଠିକ ଦୁର୍ନୀତି ପଦାକୁ ଆଣିବା ଭୁଲ । ହିଟଲର ଶାସନ ଭଳି କାର୍ଯ୍ୟକରୁଥିବା ଓ ସରକାରୀ ଟଙ୍କା ଆତ୍ମସାତ କରି ଦାମୀ ଗାଡ଼ିରେ ବୁଲୁଥିବା ପ୍ରଶାସନିକ ଅଧିକାରୀ ଙ୍କ ଉପରେ ଉଚ୍ଚସ୍ଥରୀୟ ତଦନ୍ତ କରାଯିବା ସହିତ ଭିଜିଲାନ୍ସ ତଦନ୍ତ କରିବାକୁ ଦାବିହେଉଛି । ଏବଂ ସାମ୍ବାଦିକ ଙ୍କ ଉପରେ ଦୁର୍ବ୍ୟବହାର କରିଥିବା ପେଟି କଣ୍ଟ୍ରାକ୍ଟର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.