Type Here to Get Search Results !

ଆସନ୍ତା ଜୁଲାଇ 7ଓ 8ଦୁଇଦିନିଆ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଙ୍କ ଅନୁଗୁଳ, କଣିହାଁ ଓ ତାଳଚେର ଗସ୍ତ

 

ଅନୁଗୁଳ/ତାଳଚେର :-

ଭାରତ ସରକାର ଙ୍କର ଗୃହ ବିଭାଗ ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତା ଜୁଲାଇ 7ଓ 8ଦୁଇଦିନ ଧରି ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ଜୁଲାଇ 7ତାରିଖ ଅପରାହ୍ନ ଅନୁଗୁଳ ରେ ପହଂଚି ମାଳତୀ ଚୌଧୁରୀ ଆଶ୍ରମ ପରିଦର୍ଶନ କରିବା ସହ ଗୁଣ୍ଡିଚା ମନ୍ଦିର ରେ ପୂଜାର୍ଚନା କରିବେ, ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ଢେଙ୍କାନାଳ ଲୋକସଭା କ୍ଷେତ୍ର ଏବଂ ଅନୁଗୁଳ ବିଧାନସଭା କ୍ଷେତ୍ରର ବିଭିନ୍ନ ବର୍ଗର ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବେ ଏବଂ ମୋଦୀ ଙ୍କ ଗରିବ କଲ୍ୟାଣ ଯୋଜନା ର ଲାଭର୍ଥୀ ଙ୍କୁ ଭେଟିବା ସହ ସମାଜର ଗରିବ ଶ୍ରେଣୀ ର ବ୍ୟକ୍ତି ଙ୍କ ଘରେ ରାତ୍ରୀ ଭୋଜନ କରିବା ସହ କଣିହାଁ ଏନଟିପିସି ରେ ରାତ୍ରୀ ଯାପନ କରିବା ର କାର୍ଯ୍ୟକ୍ରମ ରହିଛି |ଆଠ ତାରିଖ ଦିନ କଣିହାଁ ରେ ଅନନ୍ତ ଶୟନ ଦର୍ଶନ କରିବା ସହ, ତାଳଚେର ବିଧାନସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତା ଙ୍କ ବୈଠକ ରେ ଯୋଗ ଦେବେ, ସହିଦ ସ୍ମୃତି ସ୍ଥମ୍ଭ, ମହାତ୍ମା ଗାନ୍ଧୀ ଏବଂ ପବିତ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନ ଙ୍କ ପରିବାର ଙ୍କୁ ଭେଟିବେ, ଗୋପାଳ ପ୍ରସାଦ ରେ ମା ହିଙ୍ଗୁଳା ଙ୍କ ମନ୍ଦିର ରେ ଦର୍ଶନ ଓ ପୂଜାର୍ଚନା କରିବା ସହ ଭରତପୁର ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ରେ ଯୋଗ ଦେବା ସହ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିବେ ଏବଂ ଅପରାହ୍ନ ରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଙ୍କୁ ଭେଟି ବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି |ସ୍ୱାଧୀନତା ର 75ବର୍ଷ ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଙ୍କ ଏହି ଗସ୍ତ ରହିଛି ବୋଲି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ କହିଛନ୍ତି |

ଅନୁଗୁଳ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.