Type Here to Get Search Results !

ପ୍ରଧାନ ଶିକ୍ଷକଙ୍କ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲେରଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜ କିଶୋର ରଥଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଦିଆ ଯାଇଛି । ବିଦ୍ୟାଳୟର ଚେୟାରମେନ ହିରାଲାଲ ରାଉତଙ୍କ ସଭାପତିତ୍ୱରେ ସଭାର ମୁଖ୍ୟ ଅତିଥି ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ, ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା,ଗ୍ରାମ ବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସଙ୍ଗୀତ,ନୃତ୍ୟ ଆଦି ପରିବେଷଣ କରି ସଭା କାର୍ଯ୍ୟକୁ ଆରମ୍ଭ କରିଥିଲେ । ବିଇଓ ଶ୍ରୀ ଚୁଡାମଣି ବାରିକ ପ୍ରଧାନ ଶିକ୍ଷକ ରାଜ କିଶୋର ରଥଙ୍କୁ ତାଙ୍କତ ୩୭ ବର୍ଷ ଶିକ୍ଷକତାର ରେ ସଫଳ ଶିକ୍ଷକ ହୋଇଥିବାରୁ ଏକ ଆଦର୍ଶ ଶିକ୍ଷକ ଭାବେ ପ୍ରଶଂଶା କରି ସମ୍ମାନୀତ କରିଥିଲେ । ପରେ ଗ୍ରାମବାସୀ ମାନେ ପ୍ରଧାନ ଶିକ୍ଷକ ରାଜ କିଶୋର ରଥଙ୍କୁ ସମଗ୍ର ଲେରଗାଁ ଗ୍ରାମ ପରିକ୍ରମା କରାଇ ବିଦାୟୀ ଦେଇଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.