ବରଗଡ଼ / ଭଟଲି :-
ଆଜି ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଶ୍ୟାମ ମନ୍ଦିର ରେ ବିଜେଡି ଓ ଯୁବ ବିଜେଡ଼ି ତରଫରୁ ଆୟୋଜିତ ଓଡିଶା ମୋ ପରିବାର ଆନକୂଲ୍ୟରେ ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ଯୁବନେତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ସୁବ୍ରତ ସିଂହ ଓ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜକ ବିଜେଡି ବ୍ଲକ ସଭାପତି ଶ୍ରୀ ଗୋବିନ୍ଦ ପଧାନ, ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପଧାନ, କାର୍ଯ୍ୟକ୍ରମର ସହ ସଂଯୋଜକ ଶ୍ରୀ ସତ୍ୟ ନାରାୟଣ ପଧାନ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଡିଜିଟାଲ ସଂଯୋଜକ ତଥା ଜିଲ୍ଲା IT ସେଲ୍ ମୁଖ୍ୟ ଶ୍ରୀ ସୁରେଶ ବାଗ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଈଶ୍ୱର ସାହୁ, ବିଜେଡି ବ୍ଲକ ସଭାନେତ୍ରୀ ଶ୍ରୀମତୀ ଅନୁପମା ଭୋଇ, ମାଷ୍ଟ୍ରେ ଶ୍ରୀ ରମଣୀ ରଂଜନ ଖମାରୀ, ଶ୍ରୀ ହେମନ୍ତ ପଣ୍ଡା,BYJD ବ୍ଲକ ସଭାପତି ଶ୍ରୀ ମଦନ ସାହୁ,ଯୁବ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦୁର୍ବାସା ପ୍ରଧାନ, ଶ୍ରୀ ସୁଶାନ୍ତ ପଧାନ, ସ୍ୱେଚ୍ଛାସେବୀ ଶ୍ରୀ ଜ୍ଞାନେନ୍ଦ୍ର ସାହୁ, ଶ୍ରୀ ସହଦେବ ବଞ୍ଛୋର୍, ବ୍ଲକ ଡିଜିଟାଲ ସଂଯୋଜକ ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ, ସୁଧୀର ତ୍ରିପାଠୀ ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।।ଏହି ଶିବିରରେ ସର୍ବମୋଟ 82 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

