Type Here to Get Search Results !

2017 ମସିହା ରିତାଞ୍ଜଳୀ ହତ୍ୟା ଘଟଣାର ଆସାମୀ ଗିରଫ


ଧରାକୋଟ :-

ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଷ୍ଟେସନ ରେ ଫିଙ୍ଗି ଫେରାର ଅଭିଯୁକ୍ତ ସ୍ୱାମୀ । ଦୀର୍ଘ ଛଅ ବର୍ଷ ପରେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୋଲିସ ଏହି ହତ୍ୟାକାଣ୍ଡ ର କଲା ପର୍ଦାଫାଶ । ହାଡ଼ିଚିରା ଗ୍ରାମର ଧୋବା ଜେନା ଙ୍କ ଝିଅ ରିତାଞ୍ଜଳୀ ହତ୍ୟା ଗତ 2017 ମସିହା ରେ ମୁମ୍ବାଇ ରେ ରହୁଥିବା ବେଳେ ତାଙ୍କ ସ୍ୱାମୀ ରୋହିତ ଗୌଡ଼ ଯୌତୁକ ନିର୍ଯ୍ୟାତନା ଦେଉଥିବା ନେଇ ଥାନେ ଅଭିଯୋଗ କରିଥିଲେ ତାଙ୍କ ବାପା । 


ପୋଲିସ ଥାନା କେସ ନଂ 22/17 ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ରିତାଞ୍ଜଳୀ ଙ୍କ ସ୍ୱାମୀ ତାଙ୍କ ତଣ୍ଟି ଚିପି ହତ୍ୟାକରି ପଲାସା ରେଲୱେ ଷ୍ଟେସନ ରେ ପକାଇ ଫେରାର ହୋଇଯାଇଥିବା ସୂଚନା ପାଇ ତଦନ୍ତ ଜୋରଦାର କରିଥିଲା ପୋଲିସ । ଜିଲ୍ଲା ଏସପି ଙ୍କ ନିର୍ଦେଶ କ୍ରମେ ଏସଡିପିଓ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ରୋହିତ କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ଅଭିଯୁକ୍ତ ରୋହିତ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସେପଟେ ଅଭିଯୁକ୍ତ କୁ ରିମାଣ୍ଡ ରେ ଅଣାଯାଇ ହତ୍ୟାକାଣ୍ଡ ର ଅଧିକ ଖୋଲାତାଡ଼ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ । ତେବେ ରିତାଞ୍ଜଳୀ ଚିକିଲି ଗ୍ରାମର ରୋହିତ ଗୌଡ଼ଙ୍କୁ ଗତ 2012 ମସିହାରେ ପ୍ରେମ ବିବାହ କରି ମୁମ୍ବାଇ ରେ ରହୁଥିଲେ । 

ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.