ଗଞ୍ଜାମ :-
ଓଡ଼ିଆ ପୁଅ ପ୍ରକାଶ ତାଙ୍କ ବିରତ୍ୱ ପାଇଁ ପାଇଲେ ରାଷ୍ଟ୍ରପତି ପଦକ ପୁରସ୍କାର। ୧୬.୦୫.୨୦୧୯ତାରିଖରେ ଶ୍ରୀନଗର ର ଏକ ସେଓ ବଗିଚାରେ ପ୍ରାୟ ୭ଜଣ ଆତଙ୍କ ବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ଆର୍ ଆର୍ ଆର୍ମି ୧୭୮ବାଟାଲିୟନ୍ସି ଆର୍ ପି ଏଫ୍ ଯବାନ୍ ଏବଂ ଆତଙ୍କବାଦୀ ମଧ୍ୟରେ ଆରମ୍ଭ ହୋଇଥିଲା ଫାୟରିଂ ।ଶେଷରେ ୩ଜଣ ଆତଙ୍କବାଦୀ ଙ୍କୁ ନିହତ କରିଥିଲେ ସି ଆର୍ ପି ଏଫ୍ ଯବାନ୍।ଏହାସହିତ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଯବତ ହୋଇଥିଲା ସେଇମାନଙ୍କ ନିକଟରୁ। ଏହି ସର୍ଚ୍ଚ ଅପରେସନ ରେ ସାମିଲ ଥିବା ଯବାନ୍ ମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପୁଅ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା ବ୍ଳକର କାଳିମେଘୀ ଗ୍ରାମର ବିପ୍ରଚରଣ ପଣ୍ଡା ଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ପଣ୍ଡା। ବହୁଦିନର ନ୍ଯାୟିକ ତଦନ୍ତ ପରେ ଗତ ୧୫.୦୮.୨୦୨୧ତାରିଖରେ ପ୍ରକାଶ ଙ୍କୁ ରାଷ୍ଟ୍ରପତି ପଦକ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଥିବା ବେଳେ ଗତ ବୁଧବାର ଦିନ ସି ଆର୍ ପି ଏଫ୍ ର ପାସିଙ୍ଗ ଡେ ପାଳନ ଅବସରରେ ସି ଆର୍ ପି ଏଫ୍ ଡିଜି କୁଲବୀର ସିଂଗ ଙ୍କ ଦ୍ୱାରା ଦିଲ୍ଲୀ ଠାରେ ତାଙ୍କ ବୀରତ୍ୱ ପାଇଁ ରାଷ୍ଟ୍ରପତି ପଦକ ପୁରସ୍କାର ପାଇଛନ୍ତି। ଏହି ଖବର ଅଞ୍ଚଳ ବାସୀ ଶୁଣି ପ୍ରକାଶ ଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କ ବୀରତ୍ୱ ପାଇଁ ଏହି ଅଞ୍ଚଳ ଆଜି ଗର୍ବିତ ବୋଲି କହିଛନ୍ତି ।
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ

