Type Here to Get Search Results !

ନୀଳମଣି ଟାଉନ୍ ହଲ୍ ଠାରେ ବିଜୟ ଶ୍ରୀ ରାଉତରାୟଙ୍କ ଜନ୍ମତିଥି ଅବସର ରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ପାଳନ


ବାସୁଦେବପୁର :-

 ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ପୌରପାଳିକା ନୀଳମଣି ଟାଉନ୍ ହଲ୍ ଠାରେ ଆଜି ବିଜୟ ଶ୍ରୀ ରାଉତରାୟ ଙ୍କ ଜନ୍ମ ତିଥି ଅବସର ରେ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ।ଏହି ଉତ୍ସବରେ ବାସୁଦେବ ପୁର ବ୍ଲକ ରେ ଚଳିତ ମେଟ୍ରିକ୍ ପରୀକ୍ଷା ଉତିନ୍ନ ହୋଇ ଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିବା ସହିତ ସମସ୍ତ ଛାତ୍ର ଓ ଛାତ୍ରୀ ମାନଙ୍କୁ ଗୋଟିଏ ବୃକ୍ଷ ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି ସଭାରେ ମାନ୍ୟବର ଜିଲ୍ଲାପାଳ ଛାତ୍ର ଓ ଛାତ୍ରୀ ମାନଙ୍କ ଭବିଷ୍ୟତରେ ଆଗକୁ ବଢ଼ାଇବା ପାଇଁ ଆଲୋଚନା କରିଥିଲେ ଓ ବାସୁଦେବ ପୁର ବ୍ଲକ ଚଳିତ ମେଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ଥିବା58 ଜଣ ଛାତ୍ର ଓ ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବିଜୟ ଶ୍ରୀ ରାଉତରାୟ ସ୍ମୃତି ଜ୍ଞାନରତ୍ନ ସମ୍ମାନ 2022 ଉତ୍ସବ ଯୋଗ ଦାନ କରିଥିଲେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧେଶ୍ୱର ବଳିରାମ ବନ୍ଦର , ବାସୁଦେବ ପୁର ନିର୍ବାଚନମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁବ୍ରତ ରାଉତରାୟ, ବାସୁଦେବ ପୁର ଶିକ୍ଷା ଅଧକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ସାହୁ , ବାସୁଦେବ ପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ, ବାସୁଦେବ ପୁର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତି ନିବେଦିତା ବେହେରା ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅସିଦ କୁମାର ଦାସ ବିଜେଡ଼ି ଦଳ ଯୁବ ଛାତ୍ର ସଭାପତି କାଳନ୍ଦୀ ସାହୁ ଓ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.