Type Here to Get Search Results !

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା


ମହାକାଳପଡ଼ା :-

ମହାକାଳପଡ଼ା ବିକାଶ ମଞ୍ଚ ସୌଜନ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ଦିବଂଗତ ପ୍ରଫୁଲ୍ଲ କୁମାର ରାଉତରାୟଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋପାଳପୁର ଯୁବକ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି।  ବରିଷ୍ଠ ଶିକ୍ଷାବିତ୍ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମହାକାଳପଡ଼ା ବିକାଶ ମଞ୍ଚ  , ରାଜଶ୍ରୀ ତଥା ବେଳାଭୂମି ସାହିତ୍ୟ ସଂସ୍କୃତି ପରିଷଦର ସଭାପତି କାଶୀନାଥ ରାଉତରାୟ , ଓଷ୍ଟା ରାଜ୍ୟ ସଂଘ କର୍ମକର୍ତ୍ତା ପ୍ରଣବ କୁମାର ଜେନା , ଜିଲ୍ଲା ୟୁଟିଆ ସଂଘ ସମ୍ପାଦକ ଆଶୁକବି ହେମନ୍ତ ଜେନା , ପୂର୍ବତନ ଶିକ୍ଷାଧିକାରୀ ବିଦ୍ୟୁତ କୁମାର ଖୁଣ୍ଟିଆ , ଅଜୟ କୁମାର ପରିଡ଼ା , ଭାଗିରଥି ନନ୍ଦ , ବିଜୟ କୁମାର ନାଥ , ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ,ନାରାୟଣ ପ୍ରସାଦ ପଣ୍ଡା ,ନରୋତ୍ତମ ପାଇକରାୟ , ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ ,ଶିବପ୍ରସାଦ ସ୍ଵାଇଁ ପ୍ରମୂଖ ସ୍ଵର୍ଗତ୍ ରାଉତରାୟଙ୍କ ଦୀର୍ଘ ଚାଳିଶି ବର୍ଷର ନିର୍ମଳ ଶିକ୍ଷା ସେବା ଉପରେ ସ୍ମୃତି ଚାରଣ କରି ଶ୍ରଦ୍ଧା ନିବେଦନ କରିଥିଲେ। ଗୋପାଳପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ , ମହାକାଳପଡ଼ା ଜଗନ୍ନାଥ ମନ୍ଦିର କମିଟି ସଭାପତି , ମହାକାଳପଡ଼ାର ଅନୁଶିକ୍ଷା ନିରୀକ୍ଷକ , ଶିକ୍ଷକ ସଂଘର ଅଗ୍ରଦୂତ ଓ ଅଞ୍ଚଳର ମୂରବୀ ଭାବେ ତାଙ୍କର ବେଶ୍ ସୁନାମ ଥିଲା ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ। ସର୍ବପ୍ରଥମେ ବେଦପାଠ ମଧ୍ୟରେ ଦିବଂଗତ ପ୍ରଫୁଲ୍ଲ କୁମାରଙ୍କ ତୈଳଚିତ୍ରରେ ସାମୂହିକ ମାଲ୍ୟାର୍ପଣ କରାଯିବା ସହ ଆତ୍ମାଙ୍କ ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ କ୍ଷେତ୍ରମଣି ଦେଇ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବା ସଙ୍ଗେ ସଙ୍ଗେ  ସ୍ମୃତି ଚାରଣ କରି ଧନ୍ୟବାଦ ଅର୍ପଣ କରିଥିଲେ। ତାଙ୍କ ଆତ୍ମାର ସନ୍ତୁଷ୍ଟି ଉଦ୍ଦେଶ୍ୟରେ ମଞ୍ଚ ତରଫରୁ ସଭାପତି କାଶୀନାଥ ରାଉତରାୟ ବିଭିନ୍ନ ବିଭାଗରେ କୃତୀତ୍ଵ ଅର୍ଜ୍ଜନ କରିଥିବା  ପୂର୍ବ ଶିକ୍ଷାଧିକାରୀ ଅଜୟ କୁମାର ପରିଡ଼ା , ବୈକୁଣ୍ଠ ନାଥ ପ୍ରଧାନ , କେଶବ ଚନ୍ଦ୍ର ପଳମାଣିକ , ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ ଓ ଯୁଗରୂପା ବିଦ୍ୟାଭଡ଼ନର କୃତୀ ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଏବଂ ସାବିତ୍ରୀ କୁଅଁରଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ କର୍ମସାରଥି ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ଓଝା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.