Type Here to Get Search Results !

ପାଇକ ମାଲ ବ୍ଲକ ସରପଞ୍ଚ ସଂଘ ର ଏକ କାର୍ଯ୍ୟ କାରୀ ବୈଠକ ଅନୁଷ୍ଠିତ


ବରଗଡ଼/ପଦ୍ମପୁର :- 

ପଦ୍ମପୁର ଉପଖଣ୍ଡ ର ପାଇକମାଳ ବ୍ଲକ ଅନ୍ତର୍ଗତ ବରତୁଣ୍ଡା  ଠାରେ ବ୍ଲକ ସରପଞ୍ଚ ସଂଘ ର ଏକ ମହତ୍ତ୍ଵ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ରେ ସଂଘ ର ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ସାହୁ ଙ୍କ ଅଧ୍ୟକ୍ଷତା ରେ  ପଞ୍ଚାୟତ ର ସରପଞ୍ଚ ମାନଙ୍କ କ୍ଷମତା ଓ କାର୍ଯ୍ୟ ଉପରେ ସବିଶେଷ ଆଲୋଚନା ହୋଇ ଥିଲା ।ବର୍ତ୍ତମାନ ସରକାରଙ୍କ ନୂତନ ନୀତି ଯୋଗୁଁ ବାର୍ଦ୍ଧକ୍ୟ, ବିଧବା, ଓ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ହେତୁ ଉକ୍ତ ଭତ୍ତା ଟଙ୍କା ସବୁ କୁ ପୂର୍ବ ଭଳି ସିଧାସଳଖ ହିତାଧିକାରୀଙ୍କୁ ପଞ୍ଚାୟତ ଅଧିକାରୀ ବା ସରପଞ୍ଚ ଙ୍କ ଜରିଆରେ ଦେବାକୁ ସଂଘ ତରଫରୁ ଦାବୀ କାରା ଯାଇଛି । ଏହା ବ୍ୟତୀତ ଯୋଗ୍ୟ ବ୍ୟକ୍ତି ବା ପରିବାର କୁ ଅଥବା ପୂର୍ବ ରୁ "କ" ଫର୍ମ ରେ ଆବେଦନ କରିଥିବା ନୂତନ ତାଲିକା ଭୂକ୍ତ ହିତାଧିକାରୀ ଙ୍କୁ ବାସ ଗୃହ ଯୋଗାଇବା, ସରପଞ୍ଚ ମାନେ ମଧ୍ୟ ଜନପ୍ରତିନିଧି ହୋଇ ଥିବାରୁ ତାଙ୍କୁ ମଧ୍ୟ ବିଧାୟକ ଙ୍କ ଭଳି ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବା କୁ  ଉକ୍ତ ବୈଠକ ରେ ଦାବୀ ହୋଇଛି ।ପୁଣି ଉପଯୁକ୍ତ ଖାଉଟି ହିତାଧିକାରୀଙ୍କୁ ନୂତନ ଖାଉଟି କାର୍ଡ ଯୋଗାଇଦେବା ସହ ବଞ୍ଚିତ ଥିବା ହିତାଧିକାରୀଙ୍କୁ ନୂତନ ତାଲିକାଭୁକ୍ତ କରାଯିବା କୁ ସାମୁହିକ ଦାବୀ କରା ଯାଇଛି । ଜନ ପ୍ରତିନିଧି ହିସାବ ରେ ସରପଞ୍ଚ ଙ୍କ କାର୍ଯ୍ୟ ସବୁ କୁ ବ୍ଲକ ତଥା ଜିଲ୍ଲା ସ୍ତର ରେ ସହଯୋଗ ର ହାତ ବଢେ଼ଇବା ସହ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ର ଗ୍ରାମ୍ୟ ସ୍ତରୀୟ ଶାସନ ବ୍ୟବସ୍ଥା କୁ ଅଧିକ ମାନ୍ୟତା ପ୍ରଦାନ କରି ଲୋକାଭିମୁଖୀ କରାଯିବାକୁ ଦାବୀ କରା ଯାଇଛି ।ଉକ୍ତ ବୈଠକ ରେ ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ର ସରପଞ୍ଚ ମାନେ ଯଥା - ଚିତ୍ତରଞ୍ଜନ ପ୍ରଧାନ,ରିତା ସୁନା, ଉପେନ୍ଦ୍ର ପଟେଲ, ଚନ୍ଦ୍ରିକା ସାହୁ,ବବିତା ସାହୁ,ଅଜିତ ଭୋଇ,ଜୟନ୍ତ ସାହୁ, ସୁଭାଷିନୀ ନନ୍ଦ, ଟେଭା ବତି ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।ଶେଷ ରେ ସଂଘ ର ସମ୍ପାଦକ ଯୁବ ସର ପଞ୍ଚ ଦିଲ୍ଲୀପ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.