Type Here to Get Search Results !

କୋଦଳା ରେ ବିଜେଡି ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ


କୋଦଳା :-

ଗଞ୍ଜାମ ଜିଲ୍ଲା କୋଦଳା ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ_ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ ରାଣୀସାହେବା ତଥା କବିସୂର୍ଯ୍ୟନଗର ପୂର୍ବତନ ବର୍ଷିୟାନ ବିଧାୟିକା ଭି. ସୁଜ୍ଞାନ କୁମାର ଦେଓ ଙ୍କ 85ତମ ଜନ୍ମ ଦିବସ ଉପଲକ୍ଷେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଦଳା ଏଏନଏସି ର ବିଜେଡି ଯୁବ ସଭାପତି ସୁଦାମ ମହାନ୍ତି, ସାଂସଦ ପ୍ରତିନିଧି ଟୁନା ପାଢ଼ୀ,ବିଜେଡି ମହିଳା ସଭାପତି ସୁଜାତାରାଣୀ ପ୍ରଧାନ,ବିଜୟ ମହାପାତ୍ର, ଅଭୟ କୁମାର ସାହୁ, ମିଟୁ ପରିଡା,ଓ ସମସ୍ତ କାଉଁଷିଲର ଙ୍କ ସମେତ ବହୁ ବିଜେଡି ନେତା ଓ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ବୃକ୍ଷ ବିନା ମନୁଷ୍ୟର ଅସ୍ତିତ୍ବ କିଛିନାହିଁ ଏଣୁ ସମସ୍ତେ ମିଶି ବୃକ୍ଷ ରୋପଣ କରିବା ସହ କୋଦଳାକୁ ସବୁଜ ସୁନ୍ଦର କରିବାପାଇଁ ସମସ୍ତ କର୍ମୀ ଆହ୍ୱାନ ଦେଇଥିଲେ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.