Type Here to Get Search Results !

ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଓଡିଶା କୃଷି ସଚିବଙ୍କୁ ଭେଟି ଆଲୋଚନା କଲେ କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି


ପଦ୍ମପୁର :-

ଭରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଆଜି ଭୁବନେଶ୍ଵର ସ୍ଥିତ ରାଜ୍ଯ କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସଂଚିବ ଚୋପ୍ରାଙ୍କୁ ଭୋଟି ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନ ଗତ ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ତୁରନ୍ତ ଚାଷୀ ମାନଙ୍କୁ ପ୍ରଦାନ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ଉପ ସଭାପତି ଶ୍ରୀ ଶ୍ରୀରଂଜନ ମଙ୍ଗରାଜ,ରାଜ୍ଯ କୋଷାଧ୍ୟକ୍ଷ ବିଶ୍ବଜିତ ସ୍ବାଇଁ ଉପସ୍ଥିତ ରହିଥିଲେ । ଏଠାରେ ପ୍ରକାଶ ଯୋଗ୍ଯ ଯେ ଗତ ୨୦୨୧ ବର୍ଷ ପାଇଁ ବରଗଡ ଜିଲ୍ଲାରେ ଚାଷୀ ମାନେ ପଞ୍ଜିକୃତ କରିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ରୁ ଏଚଡିଏଫସି ବୀମା କମ୍ପାନୀ ବେଆଇନ ଭାବେ ୭୦ ହଜାର ରୁ ଅଧିକ ଚାଷୀଙ୍କ ବୀମା ରେଜିଷ୍ଟ୍ରେସନ କୁ ବାତିଲ କରି ଦେଇଛି । ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଦ୍ବାରା ବାରମ୍ବାର ଆନ୍ଦୋଳନ ପରେ ଜିଲ୍ଲା ପ୍ରଶାସନ କୃଷକ ମାନଙ୍କ ସହ ଆଲୋଚନା କରି ଚାଷୀଙ୍କୁ ବୀମାଟଙ୍କା ପ୍ରଦାନ କରାଯିବ ବୋଲି ବାରମ୍ବାର ପ୍ରତିଶୃତି ଦେଉଥିବା ବେଳେ ଆଜିଯାଏ ଚାଷୀ ମାନେ ବୀମା ଟଙ୍କା ପାଇଲେ ନାହିଁ । ରାଜ୍ଯ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବେ ବୋଲି ସଚିବ ଶ୍ରୀ ଚୋପ୍ରା ପ୍ରତିଶୃତି ଦେଇଥିଲେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.