ଚମ୍ପୁଆ :-
ଚମ୍ପୁଆ ବ୍ଲକ ବନିକା ଗ୍ରାମରେ ଏକ ଗୋଠ ଛଡା ଦନ୍ତା ହାତୀ ଗତ ରାତି ରେ ବ୍ୟାପକ କ୍ଷୟ କ୍ଷତି କରିଥିବା ଜଣା ପଡ଼ିଛି। ଗ୍ରାମରେ ହୋଇଥିବା ଖରାଟିଆ ଧାନ ଚାଷ ମାଡ଼ି ମକଚି ନଷ୍ଟ କରିଥିବା ବେଳେ ଗ୍ରାମର ନୀଳାମ୍ବର ମହାନ୍ତ ଙ୍କ ଧାନ ଖଳା ରେ ଧାନ ଅମଳ ହୋଇ ବସ୍ତାରେ ରଖାଯାଇଥିବା ୧୫ କୁଇଣ୍ଟାଲ ରୁ ଅଧିକ ଧାନ କୁ ମାଡ଼ି ଖାଇ ଖିନଭିନ କରିଥିବା ଜଣାପଡ଼ିଛି। ତେବେ ହାତୀଟିର ଗତିବିଧି ଉପରେ ଵନ ବିଭାଗ ନଜର ରଖିବାରେ ବିଫଳ ହୋଇଥିବାରୁ ହାତୀଟି ବ୍ୟାପକ କ୍ଷତି କରିବାରେ ସଫଳ ହୋଇଥିବାରୁ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖିବାକୁ ମିଳିଛି। ହାତୀଟି ରାତିରେ ବ୍ୟାପକ କ୍ଷୟ କ୍ଷତି କରିବା ପରେ ସକାଳେ ବଙ୍କିଆ ଗ୍ରାମ ମଧ୍ୟ ଦେଇ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ କୁ ଚାଲି ଯାଇଥିବା ଜଣା ପଡ଼ିଛି। କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

