Type Here to Get Search Results !

ଟ୍ୱିଟର ଗାର୍ଲ ଦୀପାଙ୍କର ମହତ ପ୍ରୟାସ, ଟେମରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ବନ ମହୋତ୍ସବ


ପାଇକମାଳ :-

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଟେମରି ଗ୍ରାମର ସ୍ଵେଚ୍ଛାସେବୀ ଦୀପା ବାରିକ ନିଜେ ପଢ଼ିଥିବା ସ୍କୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେମରିକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି କ୍ରମରେ ସେ ପୋଷ୍ୟ ସ୍କୁଲରେ ବନମହୋତ୍ସବ ପାଳନ କରିବା ନିମନ୍ତେ ପାଇକମାଳ ବନଖଣ୍ଡ ରେଞ୍ଜର ହରିଶଙ୍କର ନାୟକ ଏବଂ ଫରେଷ୍ଟର ଖେଳପ୍ରୀୟ ସାହୁଙ୍କୁ ନିମନ୍ତ୍ରିତ କରି ବନମହୋତ୍ସବ ପାଳନ କରିଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀ ମାନେ ପରିବେଶ ପ୍ରତି ଥିବା ତାଙ୍କ ଦାୟିତ୍ୱକୁ ବୁଝିବା ସଙ୍ଗେ ସଙ୍ଗେ ବୃକ୍ଷରୋପଣ ଆମ ପାଇଁ କେତେ ଯେ ମହତ୍ତ୍ୱପୂର୍ଣ୍ଣ ତାହା ଅତିଥି ମାନଙ୍କ ଠାରୁ ବୁଝିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫରେଷ୍ଟର ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ କରିବାର ସଠିକ୍ ଉପାୟ ବିଷୟରେ ସୂଚନା ପ୍ରଦାନ କରିବା ସଙ୍ଗେ ବୃକ୍ଷରୋପଣର ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ରେଞ୍ଜର ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସଙ୍ଗେ ଗଛ ଲଗାଇ ଯତ୍ନ ନେବା ପାଇଁ କହିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ କରିଥିଲେ। ଦୀପା ବାରିକ ମଧ୍ୟ ଅନୁରୂପ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ କରିବା ସହ ତାକୁ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଯତ୍ନ ନେବା ପାଇଁ କହିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମହେଶ୍ୱର ହରିପାଲ, ଯୁଧିଷ୍ଠିର ଯୋଶୀ, କ୍ଷିରୋଦ ଚନ୍ଦ୍ର ଦେବତା,ଉପେନ୍ଦ୍ର ପ୍ରଧାନ,କୈଳାସ ବରିହା, ମନୋଜ ପ୍ରଧାନ, ନାରାୟଣ ମେହେର ,ଅକ୍ଷୟ ଡୁଡୁକା , ସ୍କୁଲ ପରିଚାଳନା କମିଟିର ସଭାପତି ବସନ୍ତ ସାହୁ ଏବଂ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ.ଦୀପାଙ୍କ ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.