ଚାନ୍ଦବାଲି :-
ବିଜୁ ଯୁବ ଜନତା ଦଳ ର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଜନତା ଦଳ ତରଫରୁ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 2 ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ତଥା ବିଜେଡି ବ୍ଲକ ଯୁବ ସଭାପତି ରଞ୍ଜନ ସାହୁ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ସଭାପତି ପ୍ରଭାସ ନାୟକ, ଏନ. ଏ. ସି. ଅଧକ୍ଷା ଶାନ୍ତିଲତା ସେଠୀ, ମହିଳା ସଭାନେତ୍ରୀ ପ୍ରମୁଖ ଯୋଗଦାନ କରି ଭାଟପଡା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଚାନ୍ଦବାଲି ବ୍ଲକର ସମସ୍ତ ପଞ୍ଚାୟତ ରେ ଅନୁଷ୍ଠିତ କରାଯିବ । ଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ

