Type Here to Get Search Results !

ବିଜେଡି ର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 

ବେଗୁନିଆପଡା :-

ବେଗୁନିଆପଡା ବ୍ଲକ ରେ ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ_ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବୃକ୍ଷରୋପଣ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବାସହ ଖଲ୍ଲିକୋଟ ରାଣୀସାହେବା ତଥା କବିସୂର୍ଯ୍ୟନଗର ପୂର୍ବତନ ବର୍ଷିୟାନ ବିଧାୟିକା ଭି . ସୁଜ୍ଞାନ କୁମାର ଦେଓ ୮୫ତମ ଜନ୍ମ ଦିବସ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ମୂଖ୍ୟ ଅତିଥୀ ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଆୟୋଜିତ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ବ୍ଲକ ବିଜୁଜନତା ଦଳ ତରଫରୁ ଆୟୋଜିତ ହୋଇଥିବା ରକ୍ତ ଦାନ ଶିବିରରେ ୧୦୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। ସ୍ବେଚ୍ଛାକୃତ ଭାବେ ଯୁବ ଓ ଛାତ୍ର ମାନେ ଯୋଗଦେଇ ରକ୍ତ କରିଥିଲେ। ବେଗୁନିଆପଡା ଜନତା ନୋଡାଲ ହାଇସ୍କୁଲ ରେ ବିଧାୟିକା ପହଞ୍ଚି ବୃକ୍ଷରୋପଣ କାର୍ଯ୍ୟକ୍ରମ ଯୋଗଦେଇ ବିଭିନ୍ନ ରକମର ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାର ଛାତ୍ର ସଭାପତି ପ୍ରସାନ୍ତ କୁମାର ପଣ୍ଡା , ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ରୋଣୁ ଗୌଡ଼ , ଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.