Type Here to Get Search Results !

ଜଗନ୍ନାଥପୁର ସାଇ ମନ୍ଦିରରେ ରକ୍ତ ଦାନ ଶିବିର


ଏରସମା :-

ମଣିଜଙ୍ଗା ରାସ୍ତା ରେ ଥିବା ତିର୍ତୋଲ ବ୍ଲକ ର ଜଗନ୍ନାଥପୁର ପଂଚାୟତ ସ୍ଥିତ ଜଗନ୍ନାଥପୁର ସାଇ ମନ୍ଦିରରେ ଆମ ଓଡିଶା ଓ ସାଇ ମନ୍ଦିର ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ରେ ଏକ ରକ୍ତଦାନ ଶିବିର ଅନିଷ୍ଠିତ ହୋଇଯାଇଅଛି l ଏହି ଶିବିରକୁ ଅନୁଷ୍ଠାନିକ ଭାବେ ସାଇ ମନ୍ଦିରର ପ୍ରତିଷ୍ଠାତା କେଶବ ଚରଣ ମହାନ୍ତି ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା l ଜଗତସିଂହପୁର ର ରେଡକ୍ରସ ର ଡାକ୍ତର ଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା l ଏଥିରେ ସାଇ ଟ୍ରଷ୍ଟ ର ସମ୍ପାଦକ ବିଷ୍ଣୁ ପ୍ରସାଦ ନାୟକ, ସଂଗ୍ରାମ କୁମାର ମହାନ୍ତି, ଅଶୋକ କୁମାର ନାୟକ, ଧନେଶ୍ୱର ନାୟକ, ସର୍ବେଶ୍ୱର ଭଟ, ସୁନନ୍ଦ କୁମାର ବିଶ୍ୱାଳ, ବିକାଶ କୁମାର କୁଁଅଁର, ବିଶ୍ଵ ରଞ୍ଜନ ଜେନା, ରଶ୍ମିତା ମଳିକ, ଲତିକା ମଞ୍ଜରୀ ରାଉତ, ଜଗନ୍ନାଥ ପରିଡା, ପ୍ରମୋଦ ସ୍ୱାଇଁ, କିଶୋର ମହାନ୍ତି, ପ୍ରଫୁଲ୍ଲ ଦାସ, ଆମ ଓଡିଶା ର ସଂଯୋଜକ ସୁଶୀଲ ମହାନ୍ତି, ଆଲୋକ କୁମାର,କୈଳାଶ ବେହେରା, ପ୍ରଭାତ ମୁଦୁଲି,ସୁ ଚିନ୍ତା ର ସମ୍ପାଦକ ଶିବ ପ୍ରସାଦ ସାହୁ, କ୍ରାନ୍ତି ର ସଦସ୍ୟ ମାନେ ସହଯୋଗ କରିଥିଲେ lରକ୍ତ ଦାତା ଜୀବନ ଦାତା ସୂର୍ଯ୍ୟକାନ୍ତ ପଶାୟତ, ଲକ୍ଷ୍ମୀ ପ୍ରସାଦ ନାୟକ, ମୁର୍ତ୍ତୁଞ୍ଜୟ ଖୁଣ୍ଟିଆ, ଅଜୟ କୁମାର ସାହୁ, ଧୂର୍ବ ଚରଣ ବାରିକ, ଓମ ପ୍ରକାଶ ଦାସ, ଗୌରହରୀ ସାମଲ, ମାନସ ଦାସ, ସନ୍ତୋଷ କୁମାର ଖଣ୍ଡୁଆଳ, ମାନସ ରଞ୍ଜନ ବିଶ୍ୱାଳ, ରଶ୍ମିତା ମଳିକ, ଜୀବନାନନ୍ଦ ଗଛlୟତ, ରୋଶନ ମହାନ୍ତି, ସନ୍ତୋଷ କୁମାର ଦାସ, ଆନନ୍ଦ ଚନ୍ଦ୍ର ଦାସ, ଗୋରଖ ନାଥ ବେହେରା ପ୍ରମୁଖ ରକ୍ତ ଦାନ କରି ଥିଲେ l ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.