ବଲାଙ୍ଗିର / ପୁଇନ୍ତଳା :-
ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁର୍ଗାପାଲି-ତେଣ୍ଡାପଦର ଗ୍ରାମର ଜଣେ ଗରୀବ ଲୋକ ବିଭିଷଣ ଭାଟି ମାଁ ସମଲେଶ୍ୱରୀ ଙ୍କ ପୂଜା ନିଜ ଘରେ କରି ଆସୁଥିଲେ । ମାଁ ଙ୍କ ନିର୍ଦ୍ଦେଶକ୍ରମେ ସେ ବିଭିନ୍ନ ଶ୍ରଦ୍ଧାଳୁଙ୍କ ସହ ଯୋଗା ଯୋଗକରି ଦୀର୍ଘଦିନ ହେଲା ମାଁ ଙ୍କ ପାଇଁ ମନ୍ଦିର ଟିଏ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଶେଷରେ ତାଙ୍କର ସ୍ୱପ୍ନ ସଫଳ ହେଲା । ମନ୍ଦିର ନିର୍ମାଣ ସହ ରିତିନୀତି ଅନୁଯାୟୀ ଗତ ତିନିଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବ ଶେଷ ହୋଇ ମାଁ ଙ୍କୁ ମନ୍ଦିର ରେ ପ୍ରବେଶ କରାଯାଇଛି । ନିଜେ ଶ୍ରୀ ଭାଟି କର୍ତ୍ତାନ ହୋଇ ଅନ୍ୟ ମାନଙ୍କୁ କର୍ତ୍ତା ପାଇଁ ସୁଯୋଗ ଦେଇଥିଲେ । ତେଣୁ ପ୍ରତିଷ୍ଠା ଉତ୍ସବରେ ଦୁର୍ଗାପାଲି ର ଗତିକୃଷ୍ଣ ପଟେଲ ଓ ସୁଦାମ ମଲ୍ଲିକ ସସ୍ତ୍ରୀକ କର୍ତ୍ତା ଦାୟୀତ୍ୱ ତୂଳାଇଥିବା ବେଳେ ମିର୍ଦ୍ଧାପାଲି ଗ୍ରାମର ସରୋଜ ରାଉତ ସହଯୋଗ କରିଥିଲେ । ଯଜ୍ଞ କାର୍ଯ୍ୟଟି ପଣ୍ଡିତ ବିଶ୍ୱଜିତ ମିଶ୍ର ଓ ତ୍ରିବିକ୍ରମ ଷଡଙ୍ଗୀ ତାଙ୍କ ସହଯୋଗୀ ଙ୍କ ସହ ତୂଳାଇ ଥିଲେ । ଏହି ଉପଲକ୍ଷେ ଅଷ୍ଟ ପ୍ରହରୀ ନାମଯଜ୍ଞ ର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ସଦାଇପାଲି, କଅଗାଁ, ମିର୍ଦ୍ଧାପାଲି, ବୁବେଲ, ଦୁର୍ଗାପାଲି ଓ ତେଣ୍ଡାପଦର ଗ୍ରାମର ୧୧ ଟି ସଂକିର୍ତ୍ତନ ମଣ୍ଡଳୀ ସହଯୋଗ କରିଥିଲେ । ପ୍ରତ୍ୟହ ହଜାର ହଜାର ଶ୍ରଦ୍ଦାଳୁ ଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା ହୋଇଥିଲା । ଏତେ ସଂଖ୍ୟକ ଜନ ସମାଗମରେ ପ୍ରତିଷ୍ଠା କାର୍ଯ୍ୟଟି ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିବାରୁ ପ୍ରତ୍ୟକ୍ଷ ତତ୍ୱାବଧାନରେ ଥିବା ସମାଜସେବୀ ଡ. ଶ୍ରୀକର ମିଶ୍ର ଅଂଚଳବାସୀଙ୍କୁ ସାଧୁବାଦ ଦେବା ସଙ୍ଗେସଙ୍ଗେ ଏପରି ଧାର୍ମିକ କାମରେ ସବୁବେଳେ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

