Type Here to Get Search Results !

ଲଇକେରା ବ୍ଲକ୍ ରେ ଯୁଗ୍ମ ଜନ ଅଭିଯୋଗ ଶିବିର ଅନୁଷ୍ଠିତ



ଝାରସୁଗୁଡ଼ା :-

 ଲଇକେରା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ ୨୮ଗୋଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ଦୁଇଟି ସାମୁହିକ ଓ ୨୬ଟି ବ୍ୟକ୍ତିଗତ । କୁମ୍ଭାରୀ ଡ୍ୟାମ୍ ର ପୁନଃ ନିର୍ମାଣ ଓ ଖଏରଡିହି ଗ୍ରାମରେ ଜଙ୍ଗଲ ଜମି ପଟ୍ଟା ଆବେଦନ ସମ୍ପର୍କିତ ଦୁଇଟି ସାମୁହିକ ଅଭିଯୋଗର ଶୁଣାଣି କରାଯାଇଥିଲା । ସେହିପରି ଛିପିଡ଼ିହି ଅଙ୍ଗନବାଡ଼ି କେନ୍ଦ୍ରକୁ ବିଦ୍ୟୁତ ଯୋଗାଣ , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଁ ଆବେଦନ , ବିଜୁ ପକ୍କା ଗୃହ , ଜମିଜମା ବିବାଦ ଓ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସମ୍ପର୍କିତ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା । ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିକିତ୍ସା ସହାୟତା ବାବଦକୁ ନିକ୍ତିମାଲର ସୁଷମା କରାଳିଙ୍କୁ ରେଡ଼କ୍ରସ୍ ତରଫରୁ ୧୦ ହଜାର ଟଙ୍କା ଓ ଲଇକେରାର ପ୍ରଶାନ୍ତ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୩୦ହଜାର ଟଙ୍କା ତତକ୍ଷଣାତ ପ୍ରଦାନ କରାଯାଇଥିଲା ।ସେହିପରି ମଧୁବାବୁ ପେନସନ ଯୋଜନାରେ ଭାତଲଇଡ଼ାର କୁଲେଶ୍ୱରୀ ମହାନନ୍ଦିଆଙ୍କୁ ତତକ୍ଷଣାତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କାରାଯାଇଛି ।ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ ସି ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ସଞ୍ଜିତ କୁମାର ନାଏକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଲେଖ ଘୁଟ୍ଟା , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ଆସିଷ୍ଟାଣ୍ଟ କଲେକ୍ଟର କିଶୋର ସାହୁ , ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିଲେ । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.