ବଲାଙ୍ଗିର :-
ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ ପକ୍ଷରୁ ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ପ୍ରେରଣ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ରହିଥିଲା ମାସିକ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି, ଆୟୁଷ୍ମାନ ଭାରତ ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ଦାବି ହୋଇଛି । ସଂଘ ପକ୍ଷରୁ ସଂଘର ଜିଲ୍ଲା ସଭାପତି ବିଶ୍ୱ ପ୍ରକାଶ ମିଶ୍ର ଓ ସାଧାରଣ ସଂପାଦକ ଅମୁଲ୍ୟ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ମୁଖ୍ୟ ଡାକଘର ସମ୍ମୁଖରେ ପ୍ରତିବାଦ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪୦୦ ରୁ ଉର୍ଦ୍ଧ୍ୱ ପୋଷ୍ଟ କାର୍ଡ ପ୍ରେରଣ କରାଯାଇଥିଲା । ସଂଘର ବିଭିନ୍ନ କର୍ମକର୍ତ୍ତା ଉପ-ସଭାପତି ଅଭୟ କୁମାର ମିଶ୍ର, କୋଷାଧ୍ୟକ୍ଷ କାର୍ତ୍ତିକେଶ୍ୱର ସାହୁ ଏବଂ ସନ୍ତୋଷ ତ୍ରିପାଠି, ରାଧେଶ୍ୟାମ ଶତପଥି, ସରୋଜ କୁମାର ମିଶ୍ର, ସୁବୋଧ ବାଗ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତ ରହି ପୋଷ୍ଟକାର୍ଡ ପ୍ରେରଣ କରିବା ସହ ପ୍ରତିବାଦ ଜଣାଇଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

