Type Here to Get Search Results !

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

 

ବଲାଙ୍ଗିର :-

ସଇଁନ୍ତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ ଜୁନିୟର ରେଡକ୍ରସ ତରଫରୁ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । ସୁସ୍ଥ ଶରୀର ହେଉ କି ସୁନ୍ଦର ତ୍ୱଚା, ଚିନ୍ତା ସହ ଚେତନାର ମିଳନ ହେଉଛି ଅବସାଦ ମନକୁ ସଚେଜ କରିବାକୁ ଯୋଗ ପ୍ରଦାନ ମାଧ୍ୟମ ପାଲଟିଛି । ନିରୋଗ ରହିବା ପାଇଁ ପ୍ରତିଦିନ ଯୋଗ କରିବା ଆବଶ୍ୟକ ଅଟେ । ଚଳିତ ବର୍ଷର ଥିମ ରହିଛି ମାନବତା ପାଇଁ ଯୋଗ ବିଷୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ସୂର୍ଯ୍ୟ ନମସ୍କାର, ସୁଖାସନ, ପଦ୍ମାସନ, ବଜ୍ରାସନ ଆଦି ଆସନ ବିଷୟରେ ଯୋଗ ଶିବିର ଚାଲିଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ଆଦିତ୍ୟ ରଣା, ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଲ, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୋପଦି ଭୋଇ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମେହେର ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଦର୍ଶନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀମିଶ୍ର ଏହି ଯୋଗ ଶିବିର ପାଞ୍ଚ ଦିନ ଧରି ଚାଲିବ ଓ ଏହି ଅବସରରେ ପିଲାମାନଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ ଏବଂ ଦଳଗତ ଯୋଗ ପ୍ରଦର୍ଶନ ହେବ ବୋଲି ମତ ପ୍ରକାଶ କରିଛନ୍ତି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.