Type Here to Get Search Results !

ଦରମା ଓ ମଜୁରୀ ମିଳି ନଥିବାରୁ ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ଅଶାନ୍ତି


ପଦ୍ମପୁର :-

ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ସିଜିନାଲ କର୍ମଚାରୀ ଚପରାସୀ,ମୁନସୀ,ଚେକର,ସର୍କଲ ଚେକର,ବନ୍ଧେଇ ଚେକର,ହେଡ ଚେକର ଆଦିଙ୍କ ଦରମା ଚଳିତ ବର୍ଷ ଠିକ ସମୟରେ ମିଳୁ ନଥିବାରୁ ପଦ୍ମପୁର ଡିଭିଜନରେ କାର୍ଯ୍ୟରତ ୧୧୩୦ ଜଣ ସିଜିନାଲ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଏଥି ସହ ଏହି ଡିଭିଜନରେ କାର୍ଯ୍ୟରତ ଗୁଛା କଟାଲି ଶ୍ରମିକ ମାନେ ଗତ ମାର୍ଚ୍ଚ ମାସରେ ଗୁଛା କଟା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୩ ମାସ ବିତି ଯାଇଥିବା ସତ୍ବେ ଅନେକ କେନ୍ଦୁପତ୍ର ଫଡି ଅଞ୍ଚଳରେ ଗୁଛା କଟାଇ ଶ୍ରମିକ ମାନେ ତାଙ୍କ ମଜୁରୀ ଟଙ୍କା ପାଇ ନଥିବା ଅଭିଯୋଗ ହୋଇଛି । ପଦ୍ମପୁର ଡିଭିଜନ ଅନ୍ତର୍ଗତ ମେଲଛାମୁଣ୍ତା ରେଞ୍ଜର ଢୋଲବନ୍ଧ କେନ୍ଦୁପତ୍ର ଫଡିରେ ଗୁଛାକଟାଲି ଶ୍ରମିକ ଶ୍ରୀ ବିଭୂତି ଭୋଇଙ୍କ ମଜୁରୀ ବାବଦ ୨୩ ଶହ ଟଙ୍କା,ଶ୍ରୀମତୀ ମୁକ୍ତା ସେଠଙ୍କ ୨୧ ଶହ ୩୦ ଟଙ୍କା,ଶ୍ରୀମତୀ କ୍ଷୀରେଶ୍ବରୀ ବାଗ ୯ ଶହ ଟଙ୍କା ବାକି ଥିବା ବେଳେ ଏହି ମେଲଛାମୁଣ୍ତା ରେଞ୍ଜର ଆଉ ପ୍ରାୟ ୧ ଶହରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ଶ୍ରମିକ ମାନେ ତାଙ୍କ ମଜୁରୀ ପ୍ରାପ୍ଯ ପାଇ ନଥିବା ସୂଚନା ମିଳୁଛି । କେନ୍ଦୁପତ୍ର ବିଭାଗ ତରଫରୁ ସିଜିନାଲ କର୍ମଚାରୀଙ୍କ ଦରମା,ଗୁଛା କଟାଳିଙ୍କ ଶ୍ରମିକଙ୍କ ପ୍ରାପ୍ଯ କେବେ ଠାରୁ ଡିଏଫଓ ଙ୍କ ଅଫିସରେ ଜମା ହୋଇ ସାରିଥିବା ବେଳେ କେତେକ ସ୍ଥାନରେ ରେଞ୍ଜର ଓ ଫରେଷ୍ଟରଙ୍କ ଅବହେଲା ଯୋଗୁଁ ଶ୍ରମିକ ମାନେ ତାଙ୍କ ପ୍ରାପ୍ଯ ପାଇବାକୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି । ଏଠାରେ ପ୍ରକାଶ ଯୋଗ୍ଯ ଯେ,ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ବର୍ଷକୁ ୩୩ ହଜାର କୁଇଣ୍ଟାଲ ଅଧିକ କେନ୍ଦୁପତ୍ର ଉତ୍ପାଦିତ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଅଧିକ ଲାଭଖୋର ମନୋବୃତ୍ତି ଯୋଗୁଁ କେନ୍ଦୁପତ୍ର ଉତ୍ପାଦନ କମି କମି ଗତ ବର୍ଷ ୧୨ ହଜାର କୁଇଣ୍ଟାଲ ରେ ଆସି ପହଞ୍ଚିଛି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.