Type Here to Get Search Results !

ଗୋଷ୍ଠୀ ଶିକ୍ଷା ଅଧିକାରୀ ଭିଜିଲାନ୍ସ ଜାଲ ରେ


ବରଗଡ଼/ ଝାରବନ୍ଧ :-

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଞ୍ଜିତ ଭୋଇ ଏବେ ଭିଜିଲାନ୍ସ ଜାଲ ରେ ଛନ୍ଦି ହୋଇ ଯାଇ ଛନ୍ତି। ଝାରବନ୍ଧ ବ୍ଲକ ରେ କାର୍ଯ୍ୟ ରତ ଜଣେ ଶିକ୍ଷକ ଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡ଼ିଥିବା ଖବର ମିଳିଛି । କିଛି ଦିନ ତଳେ ବିଦ୍ୟାଳୟ ରେ ଅନୁପସ୍ଥିତ ଥିବା ଶିକ୍ଷକ ମାନଙ୍କ ଦରମା କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭୋଇ ବନ୍ଦ କରି ଦେଇ ଥିଲେ ।ଦେଇ ଦରମା କୁ ମୁକ୍ତ କରିବା ପାଇଁ ଶିକ୍ଷକ ମାନଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଦାବି କରି ଥିଲେ । କିଛି ଶିକ୍ଷକ ଶିକ୍ଷା ଅଧିକାରୀ ଙ୍କ ଅଭଳି କାରନାମା କୁ ନାପସନ୍ଦ କରି ଭିଜିଲାନ୍ସ ବିଭାଗ କୁ ଯୋଗାଯୋଗ କରିଥିବା ସୂଚନା ମିଳିଛି । ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.