ପଦ୍ମପୁର :-
ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅଧିନସ୍ଥ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ତା ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବଣ୍ଟନ କୁ ନେଇ ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗୁରୁଣ୍ତା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ବ୍ଯକ୍ତି ୨ଥର ଲେଖାଁଏ ଘର ପାଇଛନ୍ତି । ପୁଣି ଗୋଟିଏ ପରିବାରର ବାପପୁଅ ସମସ୍ତେ ଘର ପାଉଛନ୍ତି । କିନ୍ତୁ ପ୍ରକୃତ ହିତାଧିକାରୀ ଯେ କି ଘର ପାଇବାର ଯୋଗ୍ଯ ପୁଣି ପଲ୍ଲୀ ସଭାରେ ନାମ ତାଲିକାଭୁକ୍ତ ଥିଲେ ମଧ୍ଯ ସେମାନଙ୍କୁ ଘର ଯୋଗାଇ ଦିଆଯାଉ ନାହିଁ । ପ୍ରତ୍ୟେକ ଗ୍ରାମରେ ପଲ୍ଲୀ ସଭା,ଗ୍ରାମସଭା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ହିତାଧିକାରୀ ଚୟନ କରାଯାଏ । ମାତ୍ର ଏ ଗୁରୁଣ୍ତା ଗ୍ରାମରେ ତାର ଓଲଟା ଦେଖା ଯାଉଛି । ତେଣୁ କରି ଗ୍ରାମବାସୀ ଏ ସମ୍ବନ୍ଧରେ କ୍ଷୋଭ ପ୍ରକାଶ କରି ଯେଉଁ ବ୍ଯକ୍ତି ପ୍ରକୃତରେ ଘର ପାଇବା ପାଇଁ ଯୋଗ୍ଯ ତାଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ପାଇକମାଲ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି । ଏହାର ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମର ବିଜୟ ହଂସ,କିର୍ତ୍ତନ ସାହୁ,ରୁପାକାନ୍ତ ସାହୁ,ଯୁଧିଷ୍ଠିର ସାହୁ,ପବିତ୍ର ସାହୁ,ଜୟକୃଷ୍ଣ ସାହୁ,ହୃଷିକେଶ ସାହୁ,ଦାଉ ସୁନା,ଅମୃତ ସାହୁ ପ୍ରମୁଖ ଦାବୀ କରିଛନ୍ତି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

