Type Here to Get Search Results !

ମଲା ଗଛ, କେତେ ଦିନ ଦୁଃଖ ବୁଝିବ ?


ବଲାଙ୍ଗିର :-

ଓଡିଶା ରାଜ୍ୟକୁ ପଶ୍ଚିମ ଓଡିଶା ଅଧିକ ରାଜସ୍ବ ଦେଉଥିବା ବେଳେ,କିନ୍ତୁ ଫଳ ବିପରୀତ "ପଶ୍ଚିମ ଓଡିଶାକୁ ଉଦ୍ଦେଶ୍ୟ ମୂଳକ ଭାବେ ଅଧିକ ଅବହେଲା କରାଯାଉଛି, ଫଳରେ ସରକାର ଜନ ଆକ୍ରୋଶର ଶିକାର ସହ ବିଭିନ୍ନ ସମୟରେ ପଶ୍ଚିମ ଓଡିଶାରେ ଜନ ଆନ୍ଦୋଳନ ମୁଣ୍ଡ ଟେକୁଛି |ପଶ୍ଚିମ ଓଡିଶାରେ ଶିଳ୍ପାୟାନ ପୁରି ରହିଥିବା ବେଳେ ସ୍ଥାନୀୟ ନିଯୁକ୍ତି ଅତି ନଗଣ୍ୟ ରହିଅଛି |ଛଅ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ହୀରାକୁଦ ବିସ୍ଥାପିତଙ୍କ ଦୁଃଖ ଦୂର ହୋଇ ନାହିଁ, କେବଳ ସରକାରଙ୍କ ପତ୍ର ଘୋଷଣାରେ ସୀମିତ |ପଶ୍ଚିମ ଓଡିଶାରେ ଦୀର୍ଘ ଦିନରୁ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବୀ ହେଉ ଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି |ପଶ୍ଚିମ ଓଡିଶାରେ ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଦୁର୍ଦ୍ଦିନରେ ଗତି କରୁଛି |ସ୍କୁଲ ଅଛି,ଶିକ୍ଷକ ନାହିଁ,କେବଳ ଜାଳି ଶିକ୍ଷକ ମାଲ ମାଲ ସବୁ ଭୋଟ ର କମାଲ, ଲୋକମାନେ ହେଲେ ବେହାଲ |ଡାକ୍ତରଖାନା ଅଛି, ଡାକ୍ତର ନାହାନ୍ତି, କେବଳ ରୂପାନ୍ତରିତ ନା ରେ ହରି ଲୁଟ ବିକାଶ ନା ରେ ବିନାଶ |

ପଶ୍ଚିମ ଓଡିଶାକୁ ଅଧିକ ଅବହେଲା କରାଯାଉଛି, ଏହାର ନଗ୍ନ ଚିତ୍ର ଏକ ଝଲକ ବେଳପଟା, ପାଟଣାଗଡ଼ ବଲାଙ୍ଗୀର ଅଂଚଳରେ ଦୀର୍ଘ ଆଠ ବର୍ଷ ହେଲା ମହିଳା ଜଣକ ଗଛ କୋରଡ଼ରେ ଜୀବନ ଯାପନ କରି ରହୁଛନ୍ତି |ସରକାର କି ଜିଲ୍ଲା ପ୍ରଶାସନର କାହାରି ନଜର ନାହିଁ |କୁଆଡ଼େ ଗଲା ମୋ କୁଡ଼ିଆ ଯୋଜନା, ସରକାରଙ୍କ ଆନ୍ତରିକତା ଅଭାବରୁ ପଶ୍ଚିମ ଓଡିଶାବାସୀ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି |ଏମିତି କାଳତିପାତରେ ପଶ୍ଚିମ ଓଡିଶାର ଜିଲ୍ଲା ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ଶତାଧିକ ପରିବାର ମୁଣ୍ଡ ଗୁଞ୍ଜିଥିବାର ନଜିର ଅଛି |ପଶ୍ଚିମ ଓଡିଶାର କେବଳ ଖଣି ଖାଦାନ, ଜଳ,ପ୍ରାକୃତିକ ସମ୍ପଦକୁ ବ୍ୟବହାର କରି କୃଷି ଉପଯୋଗୀ ଜମି ଉପରେ ଦଲାଲ ମାଧ୍ୟମରେ କମ୍ପାନୀମାନେ କମ୍ପାନୀର ବର୍ଜବସ୍ତୁକୁ ଏଣେ ତେଣେ ଫୋଫାଡୁଛନ୍ତି |

ଫଳରେ ବିଷବଳୟରେ ପଶ୍ଚିମ ଓଡିଶାବାସୀ ଅତିଷ୍ଟ , ହୋଇ ବିଭିନ୍ନ ରୋଗଗ୍ରସ୍ତରେ ପଡ଼ି ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଏଥି ପାଇଁ ଦାୟୀ କିଏ ? ସରକାର ପଶ୍ଚିମ ଓଡିଶାରୁ ଖାଲି ରାଜସ୍ୱ ନେଇ ଚାଲ, ବିକାଶକୁ ଦ୍ୱାହି ଦେଇ ଏଠିକାର ମଣିଷମାନେ ବିକାଶ ନା ରେ ସର୍ବସ୍ୱ ତ୍ୟାଗ କରି ଗଛ କୋରଡ଼ରେ ରହିବେ | ସରକାରଙ୍କ ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ କେତେ ଦିନ?ପଶ୍ଚିମ ଓଡିଶା ରାଜକୋଷକୁ ହଜାର ହଜାର କୋଟି ରାଜସ୍ବ ଦେବ, ସରକାରୀ ବାବୁମାନେ ଓ ରାଜନେତାମାନେ ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରଣ କୋଠରୀରେ ରହି ପକ୍ଷ ପାତ ନୀତି ନିର୍ଦ୍ଧାରଣ କରି ଉପକୂଳିଆ ଲୋକମାନେ ମଉଜ କରିବ !ପଶ୍ଚିମ ଓଡିଶାରେ ଅବହେଳିତ ଲୋକମାନଙ୍କର ଦୁଃଖ ଦୁର୍ଦଶା କେବଳ ମଲା ଗଛ କେତେ ଦିନ ଦୁଃଖ ବୁଝିବ ?

ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.