Type Here to Get Search Results !

ପତ୍ନୀ ଚାଲିଗଲେ ବାପଘର, ଝୁଲି ପଡ଼ିଲେ ସ୍ୱାମୀ



ବଲାଙ୍ଗିର :-

ପାରିବାରିକ କଳହ ନେଲା ସାଂଘାତିକ ରୂପ। ନିତିଦିନିଆ କଳହରେ ଅତିଷ୍ଠ ହୋଇ ପତ୍ନୀ ବାପ ଘରକୁ ଚାଲିଯିବା ପରେ ଜୀବନ ହାରିଦେଲେ ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହର ବରପାଲିପଡାରେ ଘଟିଛି । ମୃତକ ହେଲେ ୨୮ ବର୍ଷୀୟ ଘନଶ୍ୟାମ ରାଉତ ।

ଘନଶ୍ୟାମ ଗତ ଦେଢ ବର୍ଷ ତଲେ ବିବାହ କରିଥିବା ବେଳେ ତାଙ୍କର କୌଣସି ପିଲା ଛୁଆ ନାହାନ୍ତି । ଏହି ଘଟଣାକୁ ନେଇ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ବାରମ୍ୱାର ଗଣ୍ଡଗୋଳ ଲାଗିରହୁଥିଲା ।

ଝିଅ ଶାଶୁ ଘରେ ଖୁସି ନ ଥିବା ଖବର ପାଇ ଗତକାଲି ଘନଶ୍ୟାମଙ୍କ ଶ୍ୱଶୁର ଆସି ତାଙ୍କ ଘରେ ପହଞ୍ଚିଥିଲେ। ସେ ନିଜ ଝିଅକୁ ଘରକୁ ନେଇ ଯାଇଥିଲେ । ଏହାପରେ ମାନସିକ ଭାରସାମ୍ୟ ହରାଇ ଗତକାଲି ବିଲମ୍ୱିତ ରାତିରେ ବେକରେ ଶାଢୀ ଦେଇ ଘରର ରେଲିଂରେ ଝୁଲିପଡିଥିଲେ ଘନଶ୍ୟାମ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  ବଲାଙ୍ଗିର ଟାଉନ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହାପରେ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ । ତେବେ ଘନଶ୍ୟାମଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ କିମ୍ବା ଶ୍ୱଶୁର ଘର ଲୋକେ ପହଞ୍ଚି ନ ଥିବା ସୂଚନା ମିଳିଛି ା। ବଲାଙ୍ଗିର ଜିଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Post a Comment

0 Comments
* Please Don't Spam Here. All the Comments are Reviewed by Admin.