ଛତିଶଗଡ :-
ଦୀର୍ଘ ୫ ଦିନ ର ଅକ୍ଲାନ୍ତ ପରିଶ୍ରମ, ବିଭିନ୍ନ ବାଧା ସବୁକୁ ପଛରେ ପକେଇ ୧୧ ବର୍ଷୀୟ ବାଳକ ରାହୁଲ କୁ ସକୁଶଳ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ଉଦ୍ଧାରକାରୀ ଦଳ।
ରାହୁଲ ପାଞ୍ଚଦିନ ପୂର୍ବରୁ ଖେଳୁଥିବା ଅବସ୍ଥାରେ ଏକ ଖୋଲା ବୋରୱେଲ୍ ଗାତ ରେ ପଡ଼ି ଯାଇଥିଲେ। ତେବେ ଏନେଇ NDRF, SDRF, ପୋଲିସ ବିଭାଗ , ଡାକ୍ତରୀଦଳ, ଓ ଶେଷରେ ଭାରତୀୟ ଜୱାନ ଙ୍କୁ ଆସିବାକୁ ପଡ଼ିଥିଲା ରାହୁଲ ଙ୍କୁ ଉଦ୍ଧାର କରିବା ପାଇଁ। ପାଖାପାଖି ୮୦ ଫୁଟ ତଳେ ଥିବା ରାହୁଲ କୁ ଖାଦ୍ୟ ଓ ପାନୀୟ ଯୋଗାଣ କରିବା ସହ କ୍ୟାମେରା ମାଧ୍ୟମରେ ରାହୁଲ ର ଗତିବିଧି କୁ ନଜର ରଖା ଯାଇଥିଲା। ଗତକାଲି ରାତି ଏକ ବଡ ପଥର ପାଇଁ ଆଜି ରାତି ସୁଦ୍ଧା ଅର୍ଥାତ୍ ୨୪ ଘଣ୍ଟା ରୁ ଅଧିକ ସମୟ ଲାଗିଥିଲା ରାହୁଲ ନିକଟରେ ଉଦ୍ଧାରକାରୀ ଦଳକୁ ପହଞ୍ଚାଇବା ପାଇଁ। ତନେଲ୍ ଖୋଲିବା ସମୟରେ ବର୍ଷା, ସାପ ବାହାରିବ ଭଳି ଘଟଣା ଘଟିଥିଲେ ମଧ୍ୟ ବ୍ୟସ୍ଥ ବିବ୍ରତ ହୋଇ ନଥିଲେ ଉଦ୍ଧାର କାରୀ ଦଳ। ପରିଶେଷରେ ଜୀବନ ଜିତି ଯାଇଛି। ଉଦ୍ଧାର ହେଲା ରାହୁଲ। ସଭିଙ୍କ ମନରେ ଥିବା ଆଶଙ୍କା ଦୂର ହୋଇ ପାରିଛି। ୫ ଦିନ ଧରି ୧୧ ବର୍ଷର ଶିଶୁ ଜୀବନ ପାଇଁ ଯୁଦ୍ଧ କରିଚାଲିଲା। ଶେଷରେ ହେଲା ବିଜୟୀ। ସେହିଭଳି ଆମ ଚ୍ୟାନେଲ ପକ୍ଷରୁ ସାଧୁବାଦ୍ ଦେବୁ ଉଦ୍ଧାରକାରୀ ଦଳଙ୍କୁ ଯେଉଁମାନେ ପ୍ରଣମୂର୍ଚ୍ଛା ଉଦ୍ୟମ କରି ଆଜି ଏକ ନିରୀହ ଜୀବନ କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ବ୍ୟୁରୋ ରିପୋର୍ଟ


