ଭୁବନେଶ୍ୱର :-
ପ୍ରସିଦ୍ଧ ଓଲିଉଡ ତଥା ଯଲିଉଡ ଦୁନିଆର ଖଳନାୟକ ରାଇ ମୋହନ ପରିଡ଼ା ଙ୍କ ଆଜି ଆତ୍ମହତ୍ୟା କରିଛନ୍ତି । କୌଣସି କାରଣରୁ ସେ ତାଙ୍କ ଭୁବନେଶ୍ୱର ପ୍ରାଚୀ ବିହାର ଘରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ କାହିଁକି ଓ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଏବେ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।
ଓଡ଼ିଆ ଫିଲ୍ମ ଓ ଯାତ୍ରା ଜଗତରେ ୯୦ ରୁ ଅଧିକ ଖଳନାୟକ ଭୂମିକା କରି କୋଟି କୋଟି ଦର୍ଶକଙ୍କୁ ଆକର୍ଷିତ କରି ପାରୁଥିଲେ। ହର ପଟ୍ଟନାୟକଙ୍କ ପରେ ଯଦି କେହି ଉତ୍କୃଷ୍ଟ ଖଳନାୟକ ଭୂମିକାରେ ଅଭିନୟ କରି ପାରୁଥିଲେ ସେ ଥିଲେ ରାଇମୋହନ। ତେବେ ତାଙ୍କ ବିୟୋଗରେ ଆଜି ଓଡ଼ିଶା ଫିଲ୍ମ ଓ ଯାତ୍ରା ଜଗତ ସ୍ଥବ୍ଦ ଓ ଦୁଃଖ ରେ ମ୍ରିୟମାଣ ହୋଇ ଯାଇଛି। ବ୍ୟୁରୋ ରିପୋର୍ଟ

