ବରଗଡ଼/ଗାଇସିଲେଟ :-
ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମ ପଞ୍ଚାୟତ ର ଗିଧ ମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ ର ଶିକ୍ଷକ ଶ୍ରୀଯୁକ୍ତ ସମାରୁ ବରିହା ମଦ ପିଇ ଉଲଗ୍ନ ଅବସ୍ଥା ରେ ଥିବା ବେଳେ ସ୍କୁଲ ର ଛାତ୍ର ଛାତ୍ରୀ ପଢିବାକୁ ଆସିବା ବେଳେ ଦେଖି ଭୟଭୀତ ହୋଇ ଗ୍ରାମ ବାସୀଙ୍କୁ ଜଣାଇ ଥିଲେ ।ଗ୍ରାମବାସୀ ଏ ବିଷୟରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇ ସ୍କୁଲ୍ କୁ ଡକାଇ ସେହି ଅବସ୍ଥା କୁ ଦେଖାଇ ଥିଲେ ।
ପୂର୍ବ ରୁ ଅନେକ ଥର ଏମିତି ମଦ ପିଇ ଶିକ୍ଷକ ମାନେ ସ୍କୁଲ କୁ ଆସୁ ଥିବା ଖବର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଗ୍ରାମ ବାସୀ ଜଣାଇ ଥିଲେ ମଧ୍ୟ ଶିକ୍ଷା ଅଧିକାରୀ କିଛି ଠୋସ ପଦକ୍ଷେପ ନେଇ ନ ଥିବା ବେଳେ ଏବର ଘଟଣା କୁ ପ୍ରତ୍ୟକ୍ଷ ଦେଖି ସେ କେବଳ ଚୁପ୍ ହୋଇ ରହି ଯାଇ ଥିଲେ । ଗ୍ରାମବସୀମାନେ ସିଧା ସଳଖ ଶିକ୍ଷା ଅଧିକାରୀ ଙ୍କୁ ପ୍ରଶ୍ନ ପଚାରି ଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ ।ପ୍ରକାଶ ଥାଉ କି ଆଗରୁ ଶିକ୍ଷକ ମାନେ ବାରମ୍ବାର ମଦ ପିଇ ସ୍କୁଲ କୁ ଆସୁ ଥିବାର ଅଭିଯୋଗ ଶୁଣି ମଧ୍ୟ ଶିକ୍ଷା ଅଧିକାରୀ କିଛି ପଦକ୍ଷେପ ନେଇ ନ ଥିଲେ । ଏଣୁ ଶିକ୍ଷକ ଓ ଶିକ୍ଷା ଅଧିକାରୀ ଙ୍କ ଭିତରେ ଭିତିରି ସମ୍ପର୍କ ଥିବା ର ଅଭିଯୋଗ ଗ୍ରାମବାସୀ ଠାରୁ ବାରମ୍ବାର ହୋଇ ଅଛି ।କିନ୍ତୁ ବର୍ତ୍ତମାନ ର ପ୍ରତ୍ୟକ୍ଷ ଦୃଶ୍ୟ ଗତ ଅଭିଯୋଗ ଦେଖି ଶିକ୍ଷା ଅଧିକାରୀ କଣ କଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା।
ଗାଇସିଲେଟ ରୁ ଫକିର ରଣା ଙ୍କ ରିପୋର୍ଟ


