ଧାମନଗର :-
ଭଦ୍ରକ ଜିଲ୍ଲା ଅନ୍ତର୍ଗତ କଲେଇ ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଏକ ଦୁଖଃଦ କାହାଣୀ ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏ ଗ୍ରାମର ହରମୋହନ ରାଉତଙ୍କ ସାନ ପୁଅ ଭଗବାନ ରାଉତ (37) ସେ ବାଙ୍ଗୋଲୋର ରେ ଏକ ଜଳଖିଆ ଦୋକାନ କରି ନିଜ ପରିବାର ପୋଷଣ କରିଥାନ୍ତି,ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ମେଡିକାଲ ଚେକାପ କରିଥିଲେ,ପରେ ରିପୋର୍ଟରୁ ଜଣାଗଲା ଭଗବାନଙ୍କୁ ଦଣ୍ଡିସ ହୋଇ ଲିଭର ଫେଂଲୁର ହେବାକୁ ଲାଗିଲାଣି କୀଡୀନି ବି କାମ କରୁନାହଁ ' ବର୍ତ୍ତମାନ ସେ ଭୁବନେଶ୍ୱର କିମ୍ସ ହସ୍ପିଟାଲ ICUରେ ଭର୍ତ୍ତି ଅଛନ୍ତି। ଡାକ୍ତର ଏବେ କହିସାରିଲେଣି ତାଙ୍କୁ ଦିଲ୍ଲୀ ଏମ୍ସ କୁ ଶୀଘ୍ର ନିଆଯାଉ, ସମୟ ଖୁବକମ ଏକ କୋଟିରୁ ଉର୍ଦ୍ଧ ଖର୍ଚ୍ଚ ହେବ ଯାହାକୁ ନେଇ ଏବେ ତାଙ୍କ ସ୍ତ୍ରୀ ସମସ୍ତଙ୍କୁ ହାତଯୋଡି ସାହାଯ୍ୟ ର ଭିକ୍ଷା ମାଗୁଛନ୍ତି। ତାଙ୍କୁ ଜନସାଧାରଣ ଯଦି ସାହାଯ୍ୟ କରନ୍ତେ ସେ ତାଙ୍କ ସ୍ୱାମୀକୁ ଭଲ କରିପାରନ୍ତେ।
ତାଙ୍କର ଗୋଟେ ଛୋଟ ଛୁଆଟେ,ମାତ୍ର ଏଗାର ମାସର, ବାପ ବୋଲି କଣ ଠିକ ସେ ଜାଣି ନାହିଁ। ସ୍ତ୍ରୀ ଏବେ କାନ୍ଦି କାନ୍ଦି ନୟାନ୍ତ ହେଲେଣି ମୋ "ଶଙ୍ଖା ସିନ୍ଦୁର କୁ ବଞ୍ଚାଇଦିଅ" କହି ସମସ୍ତଙ୍କୁ ନେହୁରା ହେଉଛନ୍ତି। ଭଗବାନ ଚାରିବର୍ଷ ତଳେ ଧୂଷୁରୀ ଉଲ୍ଟପୁରରେ ବିବାହ କରିଥିଲେ। ହଁ ଆଜ୍ଞା ଏହି ଘଡିସନ୍ଧି ମୁହୂର୍ତ୍ତରେ ଯଦି କେହି ସଦ ହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାଁହୁଛନ୍ତି ତାଙ୍କୁ 7609033446 ଏହି ନମ୍ବର ରେ ଫୋନ ଯୋଗେ ଯୋଗାଯୋଗ କରି ସାହାଯ୍ୟ ର ହାତ ବଢ଼ାନ୍ତୁ।
ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ


