ପଦ୍ମପୁର :-
ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ପତ୍ରାପାଲି ଗ୍ରାମର ଇଲା ଗୁରୁ ଜଣେ ଅତ୍ୟନ୍ତ ଗରିବ ଅସହାୟ ବୃଦ୍ଧା ଅଟନ୍ତି । ବୟସ ପାଖାପାଖି ୬୮ ଟପିଲାଣି ହେଲେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ଯ ଭତ୍ତା ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି । ପ୍ରଶାସନ ନିକଟରେ ଅନେକ ଥର ଭତ୍ତା ଟିକୁ ପାଇବା ପାଇଁ ହାରିଗୁହାରି କରି ନୟାନ୍ତ ହୋଇ ପଡିଲେଣି ହେଲେ ମିଳୁନି ବାର୍ଦ୍ଧକ୍ଯ ଭତ୍ତା । ହେଲେ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ସରକାର ଅସହାୟ ଗରିବ ବ୍ଯକ୍ତି ମାନଙ୍କ ପାଇଁ ଅନେକ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରୁଛନ୍ତି । କିନ୍ତୁ ପ୍ରକୃତ ଯୋଗ୍ଯ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ ଯୋଜନାମାନ । ତାହା ଆନ୍ତରିକତାର ଅଭାବ ପ୍ରଶ୍ନବାଚୀ ସୃଷ୍ଟିହୁଏ । ଗରିବ ଅସହାୟ ବ୍ଯକ୍ତି ମାନେ ବାର୍ଦ୍ଧକ୍ଯ ଭତ୍ତା ଟିକିଏ ପାଇବା ପାଇଁ ଆଶା ରଖିଛନ୍ତି । ହେଲେ ଓଲଟା ହେଉଛି ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଇଲା ଗୁରୁଙ୍କୁ ବାର୍ଦ୍ଧକ୍ଯ ଭତ୍ତା ପ୍ରଦାନ କରିବାକୁ ଦାବୀ ହେଉଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

