Type Here to Get Search Results !

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ


ବଲାଙ୍ଗିର :-

କଳହାଣ୍ଡି ଜିଲ୍ଲା ର ଆଜି ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ । ପୁଅ ଏବଂ ପତ୍ନୀଙ୍କ ଅସୁସ୍ଥତାର କାରଣ ଦର୍ଶାଇ ଗୋବିନ୍ଦ ସାହୁ ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିଥିଲା । ତେବେ ଗୋବିନ୍ଦର ଆବେଦନକୁ ଗ୍ରହଣ କରିବା ସହ ମାତ୍ର ଦୁଇ ସପ୍ତାହର ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଜାମିନରେ ଯିବାକୁ ହେଲେ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପଡିବ । ସେ କୌଣସି ପ୍ରମାଣ ନଷ୍ଟ କରିବ ନାହିଁ, ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି କୋର୍ଟ ସର୍ତ୍ତରେ କହିଛନ୍ତି ପୂର୍ବରୁ ଫେବୃଆରୀ ୧୧ ତାରିଖରେ ମମିତା ମେହେର ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲ କରିଥିଲା ବଲାଙ୍ଗୀର ପୋଲିସ । ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ନାଁରେ ଚାର୍ଜସିଟ ଦାଖଲ ହୋଇଥିଲା । ୧୨୦ ଦିନ ପୂର୍ବରୁ ବଲାଙ୍ଗୀର ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ୨ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଥିଲା ।

ସୂଚନା ଥାଉକି, ବଲାଙ୍ଗୀର, କଳହାଣ୍ଡି ଜିଲ୍ଲା ର ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ପରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲର ନିର୍ମାଣଧୀନ ଖେଳ ପଡିଆରୁ।  ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ମିଳିଥିଲା । ସେସବୁ ମମିତାଙ୍କର ବୋଲି ପରିବାରଲୋକ ଚିହ୍ନଟ କରିଥିଲେ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ୨୦୨୧ ମସିହା ଅକ୍ଟୋବର ୮ ତାରିଖଠାରୁ ନିଖୋଜ ଥିଲେ । ପରିବାରଲୋକ ଉକ୍ତ ମାସ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ମାମଲା ରୁଜୁ କରିଥିଲେ ।  ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ବଲାଙ୍ଗିର ର ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।  ଗତ ୧୮ ତାରିଖରେ ଖୋଦ ବଲାଙ୍ଗୀର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଦନ୍ତ ଭାର ନେଇଥିଲେ । କଳାହାଣ୍ଡିରେ ତିନି ଗୋଟି ପୋଲିସ ଟିମ୍ ଚଢାଉ କରିଥିଲା ।କଳହାଣ୍ଡିର ମହାଲିଙ୍ଗ ସ୍ଥିତ ଖେଳ ପଡିଆର ରାତ୍ରୀ ଜଗୁଆଳି ଗୁପ୍ତେ ତାଣ୍ଡି ୧୨ ତାରିଖ ରାତିରେ ଖେଳ ପଡିଆରେ କିଛି କାମ ହୋଇଥିବା ସୂଚନା ଦେଇଥିଲେ ।

 ତାଙ୍କ ସୂଚନା ଆଧାରରେ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ସିନ୍ଦକେଲା ଥାନାରେ ଜେରା କରାଯାଇଥିଲା । ଜେସିବି ଡ୍ରାଇଭରଙ୍କ ବୟାନ ଆଧାରରେ ପୋଲିସ ଖେଳପଡିଆ ମାଟି ତଳୁ ମର୍ଡର ମିଷ୍ଟ୍ରିର ସନ୍ଧାନ ମିଳିଥିଲା । ଯଦିଓ ପୋଲିସ କୌଣସି ଅଧିକୃତ ବୟାନ ଜାରି କରିନାହିଁ । ବରଂ ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରି ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ଗୋବିନ୍ଦକୁ ଗିରଫ କରିଥିଲା ବଲାଙ୍ଗୀର ପୋଲିସ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.