Type Here to Get Search Results !

ରାଜ୍ୟ ବାହାରକୁ ମାନବ ଚାଲାଣ ! ଟ୍ରେନ୍‌ରୁ ୨ ନାବାଳିକାଙ୍କ ସମେତ ୮ ଯୁବତୀ ଉଦ୍ଧାର


ବଲାଙ୍ଗିର :-

ବଲାଙ୍ଗିର ବଲାଙ୍ଗିର ରେଲୱେ ଷ୍ଟେସନରେ ହଇଚଇ। ଟ୍ରେନ ଯୋଗେ ମାନବ ଚାଲାଣ ହେଉଥିବା ସନ୍ଦେହ! ଆଜି ଏକ ଟ୍ରେନରୁ ମହାରାଷ୍ଟ୍ର ଯାଉଥିବା ୨ ନାବାଳିକାଙ୍କ ସମେତ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆରପିଏଫ୍ ଏହି ଯୁବତୀମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ସହ ଥିବା ଜଣେ ଯୁବକକୁ ଆରପିଏଫ୍ ଅଟକ ରଖି ବଲାଙ୍ଗିର ରେଲୱେ ଥାନାରେ ପଚରାଉଚରା କରୁଛି।

ଆରପିଏଫ୍ ଉଦ୍ଧାର କରିଥିବା ଏହି ୧୦ ଜଣଙ୍କୁ ପଚରାଉଚରା ବେଳେ ସେମାନେ ମୁମ୍ୱାଇର ଏକ ମାଛ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା କହିଥିଲେ। କିନ୍ତୁ ସେମାନଙ୍କୁ କିଏ ଏବଂ କେଉଁ ଫ୍ୟାକ୍ଟ୍ରିକୁ ନେଉଥିଲା କହିପାରି ନ ଥିଲେ। ଏମାନେ ସମସ୍ତେ ଢେଙ୍କାନାଳ ଅଂଚଳର ହୋଇଥିବା ଜଣାପଡ଼ିଛି । ଆରପିଏଫ ପକ୍ଷରୁ ତୁରନ୍ତ ଜିଲ୍ଲା ଶ୍ରମ ବିଭାଗ ଏବଂ ଚାଇଲଡ ଲାଇନକୁ ଖବର ଦିଆଯାଇଥିଲା। ଆରପିଏଫ ଥାନାରେ ସହକାରୀ ଶ୍ରମ ଅଧିକାରୀ ଏବଂ ଚାଇଲଡ ଲାଇନ ଟିମ ପହଞ୍ଚି ତଦନ୍ତ କରୁଛନ୍ତି। ତଦନ୍ତ ଚାଲିଥିବାରୁ କୌଣସି ଅଧିକାରୀ ମତାମତ ଦେବାକୁ ମନା କରିଦେଇଛନ୍ତି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.