Type Here to Get Search Results !

ମନରେଗା ଯୋଜନାରୁ ଗ୍ରାମସାଥୀଙ୍କୁ ବାଦଦେବା ଅଭିଯୋଗ ନେଇ ଗ୍ରାମ ସାଥୀ ସଂଘ ବିଡ଼ିଓ ଙ୍କ ଦ୍ବାରସ୍ଥ

 

ଚମ୍ପୁଆ :-  

ମନରେଗା ଯୋଜନା ରୁ ଗ୍ରାମ ସାଥିଙ୍କୁ ବାଦ ଦିଆଯାଇ ଅନେକ ପଞ୍ଚାୟତ ରେ ଏମାନଙ୍କ ସ୍ଥାନ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯାଇ ଥିବାରୁ ଏହାକୁ ବିରୋଧ କରି ଆଜି ଗ୍ରାମ ସାଥୀ ସଂଘ ଚମ୍ପୁଆ ବିଡ଼ିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆସନ୍ତା ୧୭ ତାରିଖରେ ଏହାର ବିଚାର ପାଇଁ ବିଡ଼ିଓ ଜ୍ୟୋସ୍ନା ନାଏକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ୨୦୦୮ ମସିହାରୁ ମନରେଗା ଯୋଜନାରେ ଗ୍ରାମସାଥୀ ଙ୍କୁ ସାମିଲ କରାଯାଇ ତାଙ୍କ ନାମରେ କାର୍ଯ୍ୟାଦେଶ ଦେଇ କାମ କରାଯାଉଥିବା ବେଳେ ନିକଟରେ ବ୍ଲକ ର କିଛି ପଞ୍ଚାୟତ ରେ ଗ୍ରାମ ସାଥିଙ୍କୁ ଉପେକ୍ଷା କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ କାମ ଆରମ୍ଭ କରାଯାଇଥିବା ଦେଖିବାକୁ ମିଳୁଛି। ମନରେଗା ଯୋଜନାରୁ ଗ୍ରାମସାଥୀ ଙ୍କ ଅଧିକାରକୁ ବାଦ ଦେବାକୁ ପଞ୍ଚାୟତ କର୍ତ୍ତୃପକ୍ଷ ଯୋଜନା କରିଥିବା ବେଳେ ଏହାକୁ ବିରୋଧ କରି ଆଜି ଗ୍ରାମସାଥୀ ସଂଘ ଚମ୍ପୁଆ ବିଡ଼ିଓଙ୍କ ଦ୍ଵାରସ୍ଥ ହୋଇଥିବା ଜଣା ପଡ଼ିଛି। ଗ୍ରାମସାଥୀ ଙ୍କ ଅଭିଯୋଗ ପାଇବା ପାରେ ବିଡ଼ିଓ ଏହାର ବିଚାର କରିବା ପାଇଁ ୧୭ ତାରିଖ କୁ ଦିନ ଧାର୍ୟ କରିଥିବା ଜଣାପଡ଼ିଛି।

କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.