Type Here to Get Search Results !

ଦିନ ଦ୍ୱିପ୍ରହରେ ଚାଲିଛି ମେସିନ ଦ୍ୱାରା ମନରେଗା କାମ, ଜାଣି ଶୁଣି ପ୍ରଶାସନ ନିରବ


ରାଇଘର :-

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ମାଓ ପ୍ରଵନ ଓ ଆଧିବାସୀ ଅଞ୍ଚଳ ହେଉଥିବାରୁ ସରକାରୀ ବାବୁମାନେ ଏଠାରେ ମନମୁଖୀ ସରକାରୀ ଉନ୍ନତି ମୂଳକ କାମ ଗୁଡ଼ିକ ବେଖାତିର କରି କରୁଛନ୍ତି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ଅନଦେଖା କରି ଠିକାଦାର ଓ ସରକାରୀ ବାବୁମାନେ ମନମୁଖୀ ଶାସନ କରୁଛନ୍ତି ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି ତୁରୁଡ଼ିହି dnk ଗ୍ରାମ ରେ। ସୂଚନା ଅନୁଯାଇ ତୁରୁଡିହିଁ ଗ୍ରାମ ରେ ଆର୍ଥିକ ବର୍ଷ 2022-23 ରେ ଜାତିୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ରେ ବନ୍ଧ କାମ କରିବାର ଦେଖିବାକୁ ମିଳିଛି ପ୍ରକୋଳ୍ପର ଅଟକଳ ମୂଲ୍ୟ ପାଞ୍ଚ ଲକ୍ଷ୍ୟ ଥିଲାା । କାମ ରେ ଶ୍ରମିକ ବଦଳ ରେ ଜେସିବି ମେସିନ ଏବଂ ଚାରି ପାଞ୍ଚ ଟି ଟ୍ରାକ୍ଟର ଲାଗି ଥିବା ର ଦେଖିବାକୁ ମିଳିଥିଲା। ଶ୍ରମିକ କାମ ନ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି କିନ୍ତୁ ଏଠି କାମ ଥାଇ JCB ଦ୍ୱାରା ସୋମ୍ପାଦନା କରା ଯାଉଛି। ଏଣୁ ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି । ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.