Type Here to Get Search Results !

ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଶୁଭେଚ୍ଛା ଜଣାଇଲେ କାଳନ୍ଦୀ ସାମଲ

 

ଅନୁଗୁଳ :-

ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ଭୁବନେଶ୍ୱର ଠାରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ |ଏ ଅବସରରେ ଶ୍ରୀ ସାମଲ ତାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ସାଇତା ଲିମ୍ବ ଶ୍ରୀମତୀ ମୁର୍ମୁ ଙ୍କୁ ପ୍ରଦାନ କରିଛନ୍ତି |ମୋଦୀ ଶାସନରେ ଓଡିଶା ଓ ଓଡ଼ିଆ ସମ୍ମାନିତ ବୋଲି ସେ କହିଥିଲେ |ଓଡିଶା ର ଜଣେ ଆଦିବାସୀ ମହିଳା ଙ୍କୁ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପ୍ରାର୍ଥୀ କରାଇ ଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନଡ୍ଡା, ଅମିତ ସାହା ଏବଂ ଓଡିଶା ର ରତ୍ନ ଯାହାଙ୍କ ପାଇଁ ଆଜି ଏହା ସମ୍ଭବ ହୋଇ ପାରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି |ମୋଦୀ ଙ୍କ ଶାସନରେ ସବୁ କ୍ଷେତ୍ରରେ ଓଡ଼ିଆ ଙ୍କୁ ଗୁରୁତ୍ୱ ଦିଆଯାଉଛି, ଯାହାକି ଅନ୍ୟ ସରକାର ଅମଳରେ କେବେବି ହୋଇ ନଥିଲା ବୋଲି ସେ ପ୍ରକାଶ କରିଛନ୍ତି |ଅନୁଗୋଳ ଜିଲ୍ଲା ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.