Type Here to Get Search Results !

ପାଇକମାଲରେ ଡା ଶ୍ଯାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ



ପଦ୍ମପୁର :-

ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ତରଫରୁ ପାଇକମାଲ ଠାରେ ଡା ଶ୍ଯାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ବରିଷ୍ଠ ନେତା ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ ମୁଖ୍ଯବକ୍ତା ଭାବେ ଯୋଗଦେଇ " ଜନ ସଂଘ" ରୁ "ବିଜେପି" ଓ ଏକ ଦେଶ ମେ ଦୋ ପ୍ରଧାନ,ଦୋ ବିଧାନ,ଦୋ ନିଶାନ ନହିଁ ଚଲେଗା ନହିଁ ଚଲେଗା ସ୍ଳୋଗାନ ର ମହତ୍ବ ଉପରେ ମତ ପ୍ରକାଶ କରିବା ସହ ଦେଶ ପାଇଁ ଡା ଶ୍ଯାମ ପ୍ରସାଦ ଙ୍କ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ମତ ବ୍ଯକ୍ତି କରିଥିଲେ । କେନ୍ଦ୍ରରେ ମୋଦୀ ସରକାର ଗଠନ ହେବା ପରେ ଡା ଶ୍ଯାମ ପ୍ରସାଦ ମୁଖାର୍ଜୀ ଯେଉଁ ପ୍ରସଙ୍ଗ ପାଇଁ ବଳିଦାନ ଦେଇଥିଲେ ତାହା ସଫଳ ରୂପାୟନ ହୋଇ ଥିବାରୁ ଦେଶବାସୀ ଖୁସି ଅଛନ୍ତି ବୋଲି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ । ଏହି ଅବସର ରେ ଝାରବନ୍ଧ ବ୍ଲକର ଶ୍ରୀ ଶ୍ୟାମଲାଲ ନାୟକ ଓ ଶ୍ରୀ ଡମ୍ବରୁଧର ନାୟକ ଭାରତୀୟ ଜନତା ପାର୍ଟି ସାମିଲ ହୋଇଥିଲେ । ଏହି ବଳିଦାନ ଦିବସ ପାଳିତ କାର୍ଯ୍ୟକ୍ରମରେ ପାଇକମାଲ ଜିଲ୍ଲା ପରିଷଦ ତଥା ରାଜ ବୋଡାସମ୍ବର ଜମିଦାର ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହା,ଶୁଶାନ୍ତ ନାଗ,ଦେବେନ୍ଦ୍ର ନାରାୟଣ ପାଲ,ଧନସିଂ ତାଣ୍ତି,ଦୁଃଶାସନ କୁମ୍ଭାର,ସତ୍ଯ ନାରାୟଣ ବେହେରା, ନୁରାବନ ଭୋଇ,ଯୋଗେନ୍ଦ୍ର ଭୋଇ,ସୁକଦେବ ପ୍ରଧାନ,ରାଜେନ୍ଦ୍ର ସେଠ,ଓମ ପ୍ରକାଶ ନାୟକ,ଗୋବିନ୍ଦ ବନଛୋର,ପ୍ରଫୁଲ୍ଲ ନାୟକ,ରତିଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.