Type Here to Get Search Results !

ଚାରପାଲି ଗ୍ରାମରେ ଜଳଯୋଗାଣ ଏକ ପ୍ରହସନ ପାଲଟିଛି


ପଦ୍ମପୁର :-

ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଚାରପାଲି ଗ୍ରାମ ୨୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଅଟେ । ତାହା ପଦ୍ମପୁର ସହର ନିକଟରେ ଅବସ୍ଥିତ ଦୀର୍ଘ ଦିନରୁ ଏହି ଗ୍ରାମରେ ନା ପାନୀୟଜଳର ସୁବିଧା ଅଛି ନା ଗାଧୋଇ ବାର ବ୍ଯବସ୍ଥା ଅଛି ନା ପରିମଳର ବ୍ଯବସ୍ଥା ଅଛି । ବିଜୁ ଏକ୍ସପ୍ରେସ ୱେ ରାସ୍ତା ଅତିକ୍ରମ କରି ଦେଢ କି ମିଟର ହେବ ଚିରୋଲି ବନ୍ଦକୁ ଲୋକେ ଚାଲିଚାଲି ଗାଧୋଇ ବାକୁ ଯାଇଥାନ୍ତି । ଏହି ଗ୍ରାମରେ ପରିମଳ ବ୍ୟବସ୍ଥା ନଥିବାରୁ ଲୋକେ ବାହାରକୁ ଶୌଚ ପାଇଁ ଯାଇଥାନ୍ତି । ଏହି ଗ୍ରାମରେ ଗୋଟିଏ ନଳକୂପ କାର୍ଯ୍ଯକ୍ଷମ ଅଛି । ତାହା ସମୁଦ୍ରକୁ ଶଙ୍ଖେ ଭଲି ପାଣି ନିଅଣ୍ଟ ପଡୁଛି । ଆଜକୁ ୨ବର୍ଷରୁ ଅଧିକ ହେବ ସରକାରଙ୍କ ର ଜଳ ପରିମଳ ବିଭାଗ ପକ୍ଷରୁ ଜଳ ଯୋଗାଣ ର ବ୍ଯବସ୍ଥା ପାଇଁ ପାଣି ଟାଙ୍କି ନିର୍ମାଣ କରା ଯାଇଅଛି । କେତେକଙ୍କ ଘରେ ଘରେ ପାଣି ପାଇପ ସଂଯୋଗ କରା ହୋଇଛି । ହେଲେ ଜଳଯୋଗାଣ ଠପ ହୋଇ ପଡିଛି । ଜଳ ଯୋଗାଣ ପ୍ରହସନ ପାଲଟିଛି । ତେଣୁ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଏଣୁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶ୍ରୀଘ୍ର ଚାରପାଲି ଗ୍ରାମରେ ଜଳ ଯୋଗାଣ ର ବ୍ଯବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.