Type Here to Get Search Results !

ଚୋରା ଚିପ୍ସ ଚାଲାଣ କରୁଥିବା ଟ୍ରାକ୍ଟର ଜବତ


ଚମ୍ପୁଆ :-

 ଚମ୍ପୁଆ ତହସିଲ ପକ୍ଷରୁ ଚଢାଉ କରାଯାଇ ଚୋରା ଚିପ୍ସ ଚାଲାଣ କରୁଥିବା ଏକ ଟ୍ରାକ୍ଟର କୁ ଜବତ କରାଯାଇ ରିମୁଳି ପୋଲିସ ଫାଣ୍ଡି ରେ ଅଟକ ରଖାଯାଇଛି। ସୂଚନା ଯୋଗ୍ୟ ରେ ରିମୁଳି ଅଞ୍ଚଳରେ ଦିନ କୁ ଦିନ ଚୋରା ବାଲି, ମୋରମ ଓ କଂକ୍ରିଟ ରେ ଲାଗୁଥିବା ଚିପ୍ସ ର ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଏକ ଟ୍ରାକ୍ଟର ଯୋଗେ ଚୋରା ଚିପ୍ସ ଚାଲାଣ ହେଉଥିବା ର ସୂଚନା ପାଇ ଚମ୍ପୁଆ ତହସିଲଦାର ସାଇ ସସ୍ମିତା ହୋତା ରିମୁଳି ଚମ୍ପୁଆ ରସ୍ତା ରେ ଯାଉଥିବା ଏକ ଟ୍ରାକ୍ଟର କୁ ଅଟକାଇ ସେଥିରେ ବୋଝେଇ ହୋଇଥିବା ଚିପ୍ସ ର କାଗଜପତ୍ର ମାଗିବାରୁ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ସେହି ଟ୍ରାକ୍ଟର କୁ ଜବତ କରି ରିମୁଳି ପୋଲିସ ଫାଣ୍ଡି ରେ ଜିମା ଦେଇଥିବା ଜଣା ପଡ଼ିଛି। 

କେନ୍ଦୁଝର ରୁ ସୁଶାନ୍ତ ସେଠି ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.