ନୂଆଦିଲ୍ଲୀ :-
ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇ ପାରିବେ ସମସ୍ତ ଯୁବକ। ଏନେଇ କେନ୍ଦ୍ର ସରକାରଙ୍କ ଦ୍ଵାରା ଖୁବ୍ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ଏ ବିଷୟରେ।
ଭାରତୀୟ ଯୁବ ପୀଢ଼ି ଙ୍କ ମଧ୍ୟରେ ଦେଶ ମାତୃକା ପ୍ରତି କର୍ତ୍ୟବ ଜାଗ୍ରତ କରିବା ପାଇଁ କେନ୍ଦ୍ର ସରକାର ଯୁବକ ମାନଙ୍କୁ ସୈନ୍ୟ ବାହିନୀରେ ୪ ବର୍ଷ ପାଇଁ ବାଧ୍ୟତାମୂଳକ ଯୋଗଦାନ କରିବା ନେଇ ଏକ ପ୍ରକାରର ଯୋଜନା କରୁଛନ୍ତି। ଏହି ଯୋଜନା ର ନାମ "ଅଗ୍ନିପଥ ନିଯୁକ୍ତି ଯୋଜନା " କରାଯିବା ନେଇ ସୂଚନା ମିଳିଛି। ୪ ବର୍ଷ ପରେ ଉକ୍ତ ଯୁବକ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ମଧ୍ୟ ଅନ୍ୟତ୍ର ସୁଯୋଗ ପ୍ରଦାନ କରାଯିବ। ତେବେ ଏ ନେଇ କେନ୍ଦ୍ର ସରକାର ସ୍ଥଳ, ଜଳ ଓ ଆକାଶ ବାହିନୀ ମୁଖ୍ୟଙ୍କ ସହ ଆଲୋଚନା କରୁଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏ ନେଇ କିଛି ଖବର ଆସିବା ସମ୍ଭାବନା ରହିଛି। ତେବେ ଏହାସହ ୨୫ ଭାଗ ଉକ୍ତ ଯୁବକଙ୍କୁ ନିଜ ଦକ୍ଷତା ଅନୁଯାୟୀ ସୈନ୍ୟ ବାହିନୀରେ ଆଜୀବନ ଯୋଗଦାନ ପାଇଁ ମଧ୍ୟ ସୁଯୋଗ ମିଳିପାରେ ବୋଲି ସମ୍ୟକ୍ ସୂଚନା ମିଳିଛି। ପୂର୍ବରୁ ଏଭଳି ଯୋଜନା ଇସ୍ରାଏଲ ଦେଶରେ ମଧ୍ୟ ପ୍ରଚଳନ ରହିଛି। ତେବେ ଏହି ଯୋଜନା ଫଳରେ ଯୁବପିଢି ଙ୍କ ମଧ୍ୟରେ ଦେଶ ମାତୃକା ସେବା ଜାଗ୍ରତ ହେବ ସମ୍ଭାବନା ରହିଛି। ବ୍ୟୁରୋ ରିପୋର୍ଟ

