ବଲାଙ୍ଗିର :-
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନର ଏକ ୩ ଜଣିଆ ଦଳ ଆସି ଏଠାରେ ଆଜିଠାରୁ ତଦନ୍ତ ଆରମ୍ଭ କରିଛନ୍ତି । ଏପ୍ରିଲ୨୨ ତାରିଖ ଅପରାହ୍ନରେ ମେଡିକାଲ କଲେଜ ୭ ମହଲାରୁ ତଳେ ପଡ଼ି କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ତାଙ୍କ ବାପା ମା ହରିୟାଣାରୁ ଏଠାରେ ପହଞ୍ଚି ହତ୍ୟା ଅଭିଯୋଗ କରିଥିଲେ । ପରେ ନିଶାନ୍ତଙ୍କ ବିଦେଶରେ ଥିବା ବନ୍ଧୁ ସହିତ ହ୍ଵାଟସ ଆପ ଚାର୍ଟରୁ ରେଗିଙ୍ଗ ଯୋଗୁ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଟାଉନ୍ ଥାନା ରେ ଅଭିଯୋଗ କରିଥିଲେ। ପରିବାର ପକ୍ଷରୁ ଜାତୀୟ ମାନବିକ ଅଧିକାର କମିଶନ ପାଖରେ ଅଭିଯୋଗ କରିଥିଲେ । ଘଟଣାକୁ ଭିତ୍ତି କରି ଏହା ଉପରେ ପୁଙ୍ଖନୁପୁଙ୍ଖ ତଦନ୍ତ ପାଇଁ ଏକ ୩ ଜଣିଆ ଦଳ ବିମଳ ଜିତ୍ ଉତ୍ପଲ୍ ଙ୍କ ନେତୃତ୍ଵରେ ଚନ୍ଦ୍ରଶେଖର ଓ ମାଧବାନନ୍ଦ ରାଉତ ଗତକାଲି ଏଠାରେ ଆସି ପହଞ୍ଚି ସର୍କିଟ ହାଉସରେ ଅବସ୍ଥାନ କରିବା ସହିତ ଆଜିଠାରୁ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଟିମ ସକାଳ ୯ ଟା ରେ ମେଡିକାଲ କଲେଜରେ ପହଞ୍ଚି ସେଠାରେ କାମ ଆରମ୍ଭ କରିଛନ୍ତି । ଗତକାଲି ଓ ଆଜି ସେମାନେ ମିଡିଆ ସହିତ କଥା ହେବାକୁ ମନା କରି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।ଆଗାମୀ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ୪ ଦିନ କାଳ ଏହି ଦଳ ତଦନ୍ତ କରିବେ ସବୁପ୍ରକାର ସହଯୋଗ ସହିତ ନଥିପତ୍ର ସେମାନଙ୍କୁ ଦେବାକୁ ତଥା ଏହି ଘଟଣା ସହିତ ସମସ୍ତେ ଉପସ୍ଥିତ ରହିବାକୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ , ବଲାଙ୍ଗିର ମେଡିକାଲ କଲେଜ ର ଡିନ ସବିତା ମହାପାତ୍ର କହିଛନ୍ତି ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

