Type Here to Get Search Results !

କାଳିଆ ର ଆଜି ନବ ଯୌବନ ବେଶ


ପୁରୀ :-

ଅଣସର ଘରେ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତୀ ୧୫ ଦିନ ପର୍ଯ୍ୟନ୍ତ ରହିଲା ପରେ ଯେତେବେଳେ ସୁସ୍ଥ ହୁଅନ୍ତି ତା ପରବର୍ତ୍ତୀ ନବ ଯୌବନ ଦର୍ଶନ ଦିଅନ୍ତି କାଳିଆ ଠାକୁର ନିଜ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଙ୍କ ସହ। ତେବେ ଆସୁନ୍ତୁ ଜାଣିବା ଏହି ନବ ଯୌବନ ବେଶ ବିଷୟରେ ।

ଦେବସ୍ନାନ ପୂର୍ଣ୍ଣିମା ରାତ୍ରରେ ସ୍ନାନ ବେଦୀରୁ ପହଣ୍ଡି ବିଜେରେ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ଶ୍ରୀବିଗ୍ରହମାନ କରିଥାନ୍ତି। ଅଣସର ତାଟି ସମ୍ମୁଖରେ ତିନୋଟି ପଟି ଚିତ୍ର ପ୍ରତିମା ରହିଥାଏ। ଏହି ପଟି ଠାକୁର ମଧ୍ୟରେ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅନ୍ତର୍ଭୁକ୍ତ। ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ । ସୂଚନାଯୋଗ୍ୟ ଯେ, ବାସୁଦେବଙ୍କ ଚିତ୍ର ସମ୍ମୁଖରେ ଦୋଳଗୋବିନ୍ଦ, ରାମ ଓ ନୃସିଂହ ବିରାଜମାନ କରିଥିବା ବେଳେ ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ନାରାୟଣଙ୍କ ଚିତ୍ର ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। କୁହାଯାଏ ଯେ, ଏହି ସମୟରେ ଠାକୁରମାନେ ଜ୍ୱର ରୋଗରେ ପୀଡି଼ତ ହୋଇଥାନ୍ତି। ଶ୍ରୀମନ୍ଦିରର ବୈଦ୍ୟ ସେବକମାନଙ୍କଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ (ମୋଦକ) ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ଜ୍ୱର ରୋଗ ଭଲ ହୋଇଥାଏ। ବାସ୍ତବିକ ଏହି ଅଣସର ସମୟରେ ପତି ମହାପାତ୍ର ଓ ଦଇତାପତି ସେବକମାନେ ଠାକୁରମାନଙ୍କର ଅତ୍ୟନ୍ତ ଗୋପନୀୟ ନୀତିରେ ଅଂଶଗ୍ରହଣ କରିଥାନ୍ତି। ଏହି ସମୟରେ ଅଣସର ପଣା, ଘଣାଲାଗି, ଖଳି ଲାଗି, ଚକା ଅପସର ଓ ଅନ୍ୟାନ୍ୟ ଗୁପ୍ତ ନୀତିମାନ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ପନ୍ଦର ଦିନର ଅନବସର ପରେ ନବଯୌବନ ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ମିଳିଥାଏ। ସେଦିନ ପ୍ରଭାତରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଇତ୍ୟାଦି୮ ନୀତି ବଢ଼ିବା ପରେ ଦଶାବତାର ପଟି ଦିଅଁମାନଙ୍କର ବାହୁଡା ବିଜେ ହୋଇଥାଏ। ତତ୍ପରେ କୋଠ ସୁଆଁସିଆମାନେ ଅଣସର ଗୃହ ତାଟି ଖୋଲିଥାନ୍ତି। ଠାକୁରମାନେ ଚକା ଉପରେ ବିରାଜମାନ କରିଥିବା ସମ୍ମୁଖସ୍ଥାନ ପାଣିରେ ଭଲ ଭାବରେ ଧୁଆଯିବା ପରେ ନବଯୌବନ ଦର୍ଶନ ନିମିତ୍ତ ପରିମାଣିକ ଟିକେଟ କିଣିଥିବା ଦର୍ଶନାର୍ଥୀମାନଙ୍କୁ ପ୍ରଥମେ ଜଗମୋହନ ଭିତରକୁ ଛଡା଼ ଯାଇଥାଏ। ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ଦର୍ଶନ ଚାଲିବା ପରେ ଜନସାଧାରଣଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ହୋଇଥାଏ। ଉକ୍ତ ଦିନ ଠାକୁରମାନଙ୍କର କେତେକ ବିଶେଷ ନୀତି ହୋଇଥାଏ। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.