କୁଜଙ୍ଗ :-
କୁଜଙ୍ଗ ବ୍ଲକ ପଂଡୁଆ ପଞ୍ଚାୟତ ଅନ୍ତର୍ଗତ ହାତୀକେନା ଗ୍ରାମର ମୁଖ ଗହ୍ୱର କର୍କଟ ପୀଡିତ ପ୍ରଶାନ୍ତ କୁମାର ସାହୁଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ପ୍ରଶାନ୍ତ ଦୀର୍ଘ ଚାରି ବର୍ଷ ହେବ ମୁଖ ଗହ୍ୱର କର୍କଟ ରୋଗରେ ପୀଡିତ ହୋଇ ଏବେ ଶଯ୍ୟାଶାୟୀ | ସେ ଜଣେ ଅନ୍ତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଏବଂ ନିଜର ଚିକିସ୍ଥା କରାଇବା ତାଙ୍କ ପାଖରେ ସମ୍ବଳର ଅଭାବ | ଚିକିସ୍ଥା କରାଇବା ଲାଗି ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ଉପ-କୋଷାଧକ୍ୟ ଉତ୍ତମ କୁମାର ଦାସ ନେତୃତ୍ୱରେ ବରିଷ୍ଠ ସଦସ୍ୟ ସଚିନ୍ଦ୍ର କୁମାର ଦାସ, ଶିଭାଶିସ ସତ୍ୟପ୍ରିୟ ଏବଂ ଚିନ୍ମୟ କୁମାର ମିଶ୍ର ପ୍ରମୁଖ ପ୍ରଶାନ୍ତଙ୍କ ବାସଭବନରେ ପହଞ୍ଚି ତାଙ୍କୁ ୧୦୦୦୦ ଟଙ୍କାର ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ପ୍ରଶାନ୍ତ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଅତ୍ୟନ୍ତ ପ୍ରଶଂସା କରାଯାଇଛି |
ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

