Type Here to Get Search Results !

୩ ଦଫା ଦାବିନେଇ ଏରସମା ତହସିଲ ସମ୍ମୁଖରେ ସିପିଆଇ ପକ୍ଷରୁ ବିକ୍ଷୋଭ



ଜଗତସିଂହପୁର :-

ଆଜି ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଗତ 2021 ମସିହା ସେପ୍ଟେମ୍ବର ମାସରେ ଲଗାଣ ବର୍ଷା ଫଳରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲର ତୁରନ୍ତ କ୍ଷତିପୂରଣ ପ୍ରଦାନ, ଏରସମା - ଆମ୍ବିକି ମୁଖ୍ୟ ରାସ୍ତାର ଜମି ଅଧିଗ୍ରହଣ ପୂର୍ବକ ତୁରନ୍ତ ମରାମତି ଓ ଏରସମାରେ ସବରେଜିଷ୍ଟର ଅଫିସ ତୁରନ୍ତ ପ୍ରତିଷ୍ଠା କରିବା ଦାବୀ ନେଇ ଆଜି ଏରସମା ତହସିଲ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ଏରସମା ସିପିଆଇ କାର୍ଯ୍ୟାଳୟ ରମାକାନ୍ତ ଭବନରୁ ପାର୍ଟି ଏରସମା ଜୋନ ସମ୍ପାଦକ ସର୍ବେଶ୍ୱର ବେଉରା ଓ ବାଲିତୁଠ ଜୋନ ସମ୍ପାଦକ ରାମଚନ୍ଦ୍ର ମୁଦୁଲିଙ୍କ ନେତୃତ୍ୱରେ ଶତାଧିକ ପାର୍ଟି ସାଥୀଙ୍କର ଏକ ପଟୁଆର ବଜାର ପରିକ୍ରମା କରିବା ପରେ ତହସିଲ ସମ୍ମୁଖରେ ପାର୍ଟି ଜିଲ୍ଲା ପରିଷଦ ସଭ୍ୟ ସାଥି ପିତାମ୍ବର ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସିପିଆଇ ରାଜ୍ୟ କଣ୍ଟ୍ରୋଲ କମିଶନ ସଭ୍ୟ ତଥା କୃଷକ ସଭା ରାଜ୍ୟ ସଭାପତି ସାଥି ଶଶିଭୂଷଣ ସ୍ୱାଇଁ, ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷସାଥି ରାମଚନ୍ଦ୍ର ମୁଦୁଲି ଓ ଜିଲ୍ଲା ପରିଷଦ ସଭ୍ୟ ତଥା ବାଲିତୁଠ ସରପଞ୍ଚ ସାଥି ପ୍ରଫୁଲ୍ଲ ଦାସ ପ୍ରମୁଖ ବକ୍ତବ୍ୟ ରଖି ସରକାରୀ ଅବହେଳା ଓ ପ୍ରଶାସନିକ ଅବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଥିଲେ l ଜିଲ୍ଲା ସମ୍ପାଦକ ସାଥି ଅଭିଜିତ ସାହୁ ତୁରନ୍ତ ଧୋଇର କ୍ଷତିପୂରଣ ଓ ଏରସମା-ଆମ୍ବିକି ମୁଖ୍ୟ ରାସ୍ତାର ମରାମତି କରାନଗଲେ ଆଗାମୀ ଜୁଲାଇ ମାସ ପ୍ରଥମ ସପ୍ତାହ ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତହସିଲ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଥିଲେ l ସଭା ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ତହସିଲଦାର ଏରସମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏହି ଆନ୍ଦୋଳନକୁ ଏରସମା ଜୋନ ସହ ସମ୍ପାଦକ ସାଥି ଦାମୋଦର ବେହେରା, ସାଥି ଶିବ ଚରଣ ବେହେରା, ସାଥି ବଇଁଶୀଧର ବେହେରା, ସାଥି ଦେବାଶିଷ ପରିଜା, ସାଥି ମହେଶ୍ୱର ମହାପାତ୍ର, ସାଥି ସମରେଶ ମୁଦୁଲି, ସାଥି ନାରାୟଣ ମାଝୀ, ସାଥି ବାସୁଦେବ ଖଣ୍ଡୁଆଳ, ସାଥି ଅମରେନ୍ଦ୍ର ଦାସ, ସାଥି ବିଶ୍ୱନାଥ ବେହେରା, ସାଥି ରବୀନ୍ଦ୍ର ପାଟାଲ, ସାଥି ଉତ୍ତମ ହାତୀ, ସାଥି ନଟବର ବାରିକ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ l

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.