ନାଉଗାଁ :-
ସୂଚନା ରୁ ପ୍ରକାଶ ଯେ ନାଉଁଗା ଥାନା ଅଧୀନ ସୁଦୁକଣ୍ଟି ଗ୍ରାମର ଦେବେନ୍ଦ୍ର ନାୟକଙ୍କ 22ବର୍ଷ ର ପୁଅ ଜିତେନ୍ଦ୍ର ନାୟକ ବେକର ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଜିତେନ୍ଦ୍ର ବାଲିକୁଦା ଥାନା ଅଧୀନ ରେ ଥିବା ବୋରିକିନା ଗ୍ରାମରେ ତାଙ୍କ ମାଉସୀ ଶାନ୍ତି ଲତା ଦାସ ଙ୍କ ଘରେ ରହି ଡ୍ରାଇଭିଂ କରୁଥିଲେ ହେଲେ ମଝିରେ ମଝିରେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ ହେଲେ ଗତ କାଲି ସବୁଦିନ ଭଳି ଜିତୁ ତାଙ୍କ ମାଉସୀ ଘରେ ସକାଳୁ ଖାଇ ସାରି ବାହାରକୁ ପଳାଇ ଥିଲା. ଦିନ 12.30ମିନିଟରେ ଜିତୁ ଘରକୁ ଫେରିଥିଲେ । ଶାନ୍ତି ଲତାକୁ କହିଲେ ବୋଉ ମୁଁ ଶୋଇବି 4ଟାରେ ଉଠି ଖାଇବି ଟୁ ମତେ ଡାକିବୁ ନାହିଁ. କହି କବାଟ ବନ୍ଦ କରି ଘରେ ସୋଇଥିଲେ. ଠିକ 4ଟା ରେ ଜିତୁ ନ ଉଠିବାରୁ ଜିତୁଙ୍କ ମାଉସୀ ଏବଂ ତାଙ୍କ ବୋହୁ କାବେରୀ ଡାକିବାରୁ ଜିତୁ ଶୁଣିନଥିଲେ । କବାଟ ବାଡେଇ ବାଡେଇ ଯେତେ ଡାକିଥିଲେ ମଧ୍ୟ ଜିତୁ କବାଟ ନ ଖୋଲିବାରୁ କବାଟ କୁ ଭାଙ୍ଗି ଦେଖିଲାବେଳକୁ ଜିତୁ ବେକରେ ଗାମୁଛା ଗୁଡ଼ାଇ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଲେ ବୋହୁ ପାଟିକରି ଡାକିବାରୁ କିଛିଲୋକ ଆସିବାପରେ ଜିତୁ ବେକରୁ ଗାମୁଛା କୁ କାଟି ତଳେ ଶୁଆଇଥିଲେ. ଜିତୁ ଆତ୍ମ ହତ୍ୟା କରିଥିବାରୁ ଶାନ୍ତି ଲତା ବାଲିକୁଦା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିର୍ତ୍ତିକାରୀ ବାଲିକୁଦା ପୋଲିସ ଏହାର ତଦନ୍ତ କରି ମୂର୍ତ୍ତୁ ଦେହକୁ ବ୍ୟବଛେଦ ପାଇଁ ପଠାଇଦିଆଯାଇଛି ।
ବାଲିକୁଦା ରୁ ଗୀତା ମହାରଣା ଙ୍କ ରିପୋର୍ଟ

