Type Here to Get Search Results !

ମୁକ୍ତା ଘୋଟାଲା ପରେ ସାମ୍ବାଦିକଙ୍କୁ ଘରେପଶି ହତ୍ୟାଧମକ ଦେଲେ ଏନଏସି ଅଧ୍ୟକ୍ଷ, ଥାନାରେ ଏତଲା ଦେଲେ ସାମ୍ବାଦିକ


କୋଦଳା :-

କୋଦଳା ଏନଏସି ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକଙ୍କ ମୁକ୍ତା ଘୋଟାଲା ପରେ ପରେ କିଛି ଅସାମାଜିକ ଯୁବକଙ୍କୁ ଧରି ଆମ TRO 24 news ସାମ୍ବାଦିକଙ୍କ ଘରେ ପଶି ହତ୍ୟା ଧମକଦେଇଥିବା ନେଇ କୋଦଳା ଥାନାରେ ଏତେଲା ହୋଇଥିବା ଜଣାପଡିଛି । ବର୍ତ୍ତମାନ ର ଏନଏସି ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକ ଏନଏସି ରେ ହୋଇଥିବା ମୁକ୍ତା ୱାର୍କଅର୍ଡର ଜାଲିଆତି କରିଥିବା ନେଇ ପ୍ରତ୍ୟକ ଦିନ ଖବର ପ୍ରଶାସନ ହେଉଥିବା ବେଳେ ଆଜି ଏକ ନୂତନ ଅଭିଯୋଗ ଦେଖିବାକୁ ମିଳିଛି । ଅଧ୍ୟକ୍ଷ୍ୟ ଙ୍କ ଜମି କେଳେଙ୍କାରୀ,ଚୋରା ସୁନା ବେପାର ଓ ମୁକ୍ତା ଯୋଜନା ଘୋଟାଲା ଖବର ପ୍ରକାଶ କରିଥିବାରୁ ସୋମବାର ସନ୍ଧ୍ୟା ରେ ଆମ ଚ୍ୟାନେଲ ସାମ୍ବାଦିକ ଭଗବାନ ପାଢ଼ିଙ୍କ କରଣସାହି ସ୍ଥିତ ନିଜ ବାସଗୃହ କୁ ଅଧ୍ୟକ୍ଷ୍ୟ ଏକ ସ୍କର୍ପିଓ ଗାଡିରେ ଚାରିଜଣ ଅସାମାଜିକ ବ୍ୟକ୍ତିଙ୍କୁ ଧରି ଘରେପସି ସାମ୍ବାଦିକଙ୍କ ମା ଙ୍କୁ ଧକ୍କା ମାରି ନିଜ ଘର ର ବାରିପଟେ ଥିବା ଭଗବାନ ପାଢ଼ିଙ୍କୁ ଦେଖି ସାର୍ଟ କଲର ଧରି ଏକ ମାଉଜର ମୁଣ୍ଡରେ ଲଗାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି "ମୁଁ କୋଦଳା ର ସର୍ବେସର୍ବା "ମୁଁ ଯାହା କଲେ ମୋର କେହିକିଛି କରିପାରିବେ ନାହିଁ, ତୁ କାହିଁକି ନିୟୁଜ କରିଲୁ ତୋତେ ଓ ତୋ ପରିବାରକୁ ଜୀବନରେ ମାରିଦେବି ବୋଲି କହି ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ସମୟ ରେ ମୋ ପୁଅକୁ ମାରିଦେଲେ ବୋଲି ସାମ୍ବାଦିକଙ୍କ ମା ପାଟି କରିଥିଲେ,ମାର ପାଟିଶୁଣି ଗ୍ରାମବାସୀ ଦୌଡ଼ି ଆସିବାରୁ ଘଟଣା ସ୍ଥଳରୁ ସେମାନେ ଚାଲିଗଲେ ବୋଲି ଥାନାରେ ଏତେଲା ଦେଇଥିବା ନେଇ ଜଣାପଡ଼ିଛି । ଏ ବିଷୟ ରେ ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି ଯେ ଦୁଇଟି ଏତେଲା ପାଇଛି, ସାମ୍ବାଦିକ ମିଛକହି ଦାଦା ବଟି ମାଗୁଛନ୍ତି ବୋଲି ଏତଲା ଦେଇଥିବା ବେଳେ ସାମ୍ବାଦିକ ହତ୍ୟାଧମକ ପାଇଥିବା ନେଇ ଏତଲା ଦେଇଛନ୍ତି ବର୍ତ୍ତମାନ ଅନୁସନ୍ଧାନ ଜାରି ରହିଛି, କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ।ବାକିରହିଲା କିଏ କହୁଛି ସତ,ସାମ୍ବାଦିକ ସମେତ କିଛି କାଉନସିଲର ଅଧ୍ୟକ୍ଷ୍ୟ ଏହି ମୁକ୍ତା ଘୋଟାଲା ରେ ଜଡିତ ଥିବା ନେଇ ସମସ୍ତ ପ୍ରମାଣ ଅଛିବୋଲି ଦାବି କରୁଥିବା ବେଳେ, ଅଧ୍ୟକ୍ଷ ସିଧା ସିଧା କିଛି ଉତ୍ତର ନ ଦେଇ ଫର୍ଜରୀ ୱାର୍କ ଅର୍ଡର ପାଇଥିବା କିଛି ଗ୍ରୁପଙ୍କୁ ଧରି ସେମାନଙ୍କୁ ବତାଶିଖା କରି ଆଗକୁ ନ ଆସି ପଛରେ ରହି ଅନ୍ୟ ମୁଣ୍ଡରେ ଅଠା ବୋଳି ଏଥିରୁ ମୁକୁଳିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ନେଇ କୋଦଳା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ଏହି ଫର୍ଜରୀ ପାଇଁ ଦୁଇ ବିଭାଗୀୟ ଅଧିକାରୀ ଚାକିରୀ ହରାଇଥିବା ବେଳେ ଫର୍ଜରୀ କାର୍ଯ୍ୟାଦେଶ ପାଇ ଅର୍ଥ ଖର୍ଚକରୀ କିଛି ସ୍ୱୟଂ ସହାୟକ ସଙ୍ଘ ଅସୁବିଧାରେ ପଡିଛନ୍ତି ।

ଯଦି ଅଧ୍ୟକ୍ଷ୍ୟ ଏହି କାର୍ଯ୍ୟରେ ସଂଶ୍ଳିଷ୍ଟ ନାହାନ୍ତି ତାହାହେଲେ ନିଜେ କାହିଁକି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉନାହାନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା, ଯିଏ ବି ଫର୍ଜରୀ କାର୍ଯ୍ୟାଦେଶ ଦେଇ ଗ୍ରୁପ ମାନଙ୍କୁ ଅସୁବିଧାରେ ପକାଇଛନ୍ତି ସେମାନଙ୍କ ସମସ୍ତ ଖର୍ଚ୍ଚ ସେହି ବ୍ୟକ୍ତି ପ୍ରଦାନ କରନ୍ତୁ ନତୁବା ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି କିଛି କାଉନସିଲର ପ୍ରକାଶ କରିଛନ୍ତି । ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.